ଅଞ୍ଚଳ ମହାବିଦ୍ୟାଳୟ ରେ NAAC ପିଅର ଟିମ୍ ର ପରିଦର୍ଶନ ।


ପଦ୍ମପୁର-ଅଞ୍ଚଳ ମହାବିଦ୍ୟାଳୟ ରେ ନାକ୍ ପିଅର ଟିମ୍ ତା: ୨୧ ଓ ୨୨ ଦୁଇ ଦିନ ଧରି ପରିଦର୍ଶନ କରିଥିଲେ। ପିଅର ଟିମ୍ ର ଚେୟାରମେନ ପ୍ରଫେସର କିଶୋରୀ ନାୟକ (ଭାଇସ ଚାନ୍ସେଲର), ମେମ୍ବର କୋଓର୍ଡିନେଟର ସୁଭାସିସ ଭଟ୍ଟାଚାର୍ଯ୍ୟ (ପ୍ରଫେସର), ସଦସ୍ୟ ନାଜିର୍ ଅହମଦ ଚିରାଗ୍ (ଅଧ୍ୟକ୍ଷ) ପ୍ରଥମ ଦିନରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଳଲିତେନ୍ଦୁ ନାୟକ ଙ୍କ ସହ ମହାବିଦ୍ୟାଳୟ ର ସମସ୍ତ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ତାପରେ ବିଭାଗୀୟ ମୁଖ୍ୟ ମାନଙ୍କ ସହ ଆଲୋଚନା ହୋଇଥିଲା। ବିଭାଗ ଗୁଡିକ ପରିଦର୍ଶନ ପରେ କଲେଜ ର ପୁରାତନ ଛାତ୍ର ଛାତ୍ରୀ, ବର୍ତ୍ତମାନ ର ଛାତ୍ର ଛାତ୍ରୀ ଙ୍କୁ ଭେଟି ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଏହା ପରେ ଗ୍ରନ୍ଥାଗାର, କ୍ରୀଡା ବିଭାଗ, ଏନ୍. ଏସ୍. ଏସ., NCC, ରେଡ କ୍ରସ୍, IQAC, , କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ସନ୍ଧ୍ୟାରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଡ଼ଃ ସରୋଜ କୁମାର ନାୟକ ଙ୍କ ନିର୍ଦ୍ଦେଶନା ରେ ଏକ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇଥିଲା। ତ୍ୱିତୀୟ ଦିବସରେ ମହାବିଦ୍ୟାଳୟ ର ଛାତ୍ର ଏବଂ ଛାତ୍ରୀ ନିବାସ ଗୁଡିକ ସହ ଖେଳ ପଡିଆ, ନିର୍ମାଣାଧୀନ ମିନି ଷ୍ଟାଡିୟମ ଏବଂ କେଣ୍ଟିନ ବୁଲି ଦେଖିଥିଲେ। ପରିଶେଷରେ ନାକ୍ ପିଅର୍ ଟିମ୍ ସହ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ଏକ୍ସିଟ ସଭା ଅନୁଷ୍ଠିତ ହୋଇଥିଲା। ପିଅର ଟିମ୍ ର ଚେୟାରମେନ ପ୍ରଫେସର କିଶୋରୀ ନାୟକ ମହାବିଦ୍ୟାଳୟ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ତାଙ୍କର ମୂଲ୍ୟବାନ ମନ୍ତବ୍ୟ ପ୍ରଦାନ କରିଥଲେ। ଉକ୍ତ ସମସ୍ତ କାର୍ଯକ୍ରମ ରେ ନାକ୍ କୋଓର୍ଡିନେଟର ଡ଼ଃ ମନୋଜ କୁମାର ପ୍ରଧାନ, IQAC ସଂଯୋଜକ ଲଳିତ ମୋହନ ପଣ୍ଡା, ଅଧ୍ୟାପକ ଡ଼ଃ ବିରଞ୍ଚି ସାହୁ, ପ୍ରମୋଦ କୁମାର ତ୍ରିପାଠୀ, ପ୍ରଭାତ ମହାପାତ୍ର ଓ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ର ଛାତ୍ରୀ ସହଯୋଗ କରିଥଲେ। ଶେଷରେ ସଂଯୋଜକ ମନୋଜ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Comments