ବିଧାୟକଙ୍କ ବିୟୋଗରେ ବୋରାସମ୍ବର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଶୋକସଭା ।
ପଦ୍ମପୁର- ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଗତ ୩ ତାରିଖ ଦିନ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ବିଧାୟକଙ୍କ ଦେହାନ୍ତରେ ସମଗ୍ର ନିର୍ବାଚନ ମଣ୍ଡଳୀ ତଥା ଆଖପାଖରେ ଶୋକ ଖେଲି ଯାଇଛି । ବୋରାସମ୍ବର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ବିଜୁ ଜନତା ଦନ କାର୍ଯ୍ୟାଳୟ ଠାରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକ ସଭାରେ ହେମନ୍ତ ପଟ୍ଟନାୟକ, ରମେଶ କୁମାର ଅଗ୍ରଓ୍ବାଲ, ରାମଚନ୍ଦ୍ର ଅଗ୍ରଓ୍ବାଲ, ଏମଡି ମନସୁର,ଅନିଲ ମୋଦି, ବାବୁଲୁ ସିଂ,ଅଶୋକ ଦାଶ,ଗୋପାଳ ପଣ୍ଡା, ଦେବେନ୍ଦ୍ର ହୋତା, ପ୍ରକାଶ ଦୋରା ଓ ଅନିଳ ମିଶ୍ର ଯୋଗ ଦେଇଥିଲେ ।


Comments
Post a Comment