ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କ ବିୟୋଗରେ ସର୍ଗିବାହାଲ ବୃନ୍ଦାବତୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଶୋକସଭା ଅନୁଷ୍ଠିତ ।

ପଦ୍ମପୁର -ସର୍ଗିବାହାଲ ବୃନ୍ଦାବତୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସ୍ବର୍ଗିୟ ବିଜୟ ରଞ୍ଜନ ସିଂ ବରିହା ଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । 
ଏ ସଭାରେ ପୂର୍ବତନ ସଭାପତି ଶ୍ରୀଯୁକ୍ତ ତ୍ରୀଲୋଚନ ବରିହା, ସମ୍ପାଦକ ଚିତ୍ରସେନ ବେହେରା, ଲୋଚନ ବରିହା,ଅଚ୍ୟୁତ କୁମାର ଦାଶ, ରାମଚନ୍ଦ୍ର ବରିହା,ସରୋଜ୍ କୁମାର୍ ବେହେରା, ଦେବାର୍ଚନ ବରିହା, କଲେଜ ଅଧ୍ୟକ୍ଷ ଆନନ୍ଦ ପଧାନ ଓ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନେ ଏବଂ ସମସ୍ତ ଛାତ୍ରୀ ତଥା ସର୍ଗିବାହାଲ ର ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଙ୍କ ଉପସ୍ଥିତି ରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ବୃନ୍ଦାବତୀ ମହିଳା ମହାବିଦ୍ୟାଳୟ ର ସଭାପତି ଥିଲେ।

Comments