ପୁରେନା ହାଇସ୍କୁଲରେ ବୀରାଙ୍ଗନା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ପଦ୍ମପୁର- ବରଗଡ଼ ପୋଲିସ ଦ୍ବାରା ଆୟୋଜିତ ବୀରାଙ୍ଗନା କାର୍ଯ୍ୟକ୍ରମ ପଞ୍ଚାୟତ ହାଇସ୍କୁଲ୍ ପୁରେନା ପରିସର ରେ ଅନୁଷ୍ଠିତ ହୋଇଯାଇଛି। କନଷ୍ଟେବଳ ଉମେଶ ବାଗ ଙ୍କ ତତ୍ଵାବଧାନରେ ପ୍ରଶିକ୍ଷକ ରତନ କୁମାର ଭୋଇ ଓ ରବିନାରାୟଣ ସେଠ୍ ଚିତ୍ତାକର୍ଷକ କୌଶଳ ପ୍ରଦର୍ଶନ କରିବା ସହ ସ୍ଵତନ୍ତ୍ର ଭାବରେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ସ୍କୁଲ ର ପ୍ରଧାନଶିକ୍ଷକ ରେଣୁଧର ସାହୁ, ପ୍ରମୋଦ ନାଥ, ସୁରେନ୍ଦ୍ର ସାହୁ, ନନ୍ଦିନୀ ମିଶ୍ର, ଲେଖ୍ରୁ ବାରିକ୍, ଚନ୍ଦ୍ରଭାନୁ ବଡଗୁଛିଆ, ସୁରେଶ ପଟେଲ, ସଂଜୀବ ବେହେରା ତଥା ସ୍କୁଲ୍ ପରିଚାଳନା ସମିତି ର ସଦସ୍ୟ ରଞ୍ଜିତ ବୁଡେକ୍ ପ୍ରମୁଖ ଉପସ୍ଥିତ ଥିଲେ।

Comments