ପାଇକମାଲ ବ୍ଲକ ବିଜୁ ମହିଳା ଜନତାଦଳର କର୍ମୀ ମାନେ ତିଲୋତ୍ତମା ସିଂ ବରିହାଙ୍କୁ ଭେଟିଲେ ।
ପଦ୍ମପୁର-ପଦ୍ମପୁର ବିଧାୟକ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବାରିହା ଙ୍କ ବିୟୋଗ ପରେ ପଦ୍ମପୁର ଅଞ୍ଚଳରେ ଏକ ଶୋକ ର କଲା ମେଘ ଢାଙ୍କି ଦେଇଥିଲା। ଖାସ କରି ବିଜୁ ଜନତା ଦଳ ର କର୍ମୀ ମାନେ ମର୍ମାହତ ହେଇଥିଲେ। ହେଲେ ସଂସାର ର ନିୟମକୁ ଆଧାର କରି ପୁଣି ଥରେ ଆଗକୁ ବଢିବାକୁ ଚେଷ୍ଟା କରୁଛନ୍ତି। ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ବାସନ୍ତୀ ବାଲମ ଙ୍କ ନେତୃତ୍ୱ ରେ ପାଇକମାଲ ବ୍ଲକ ର ବିଜୁ ମହିଳା ଜନତା ଦଳ ର କର୍ମୀ ମାନେ ଦିବଙ୍ଗତ ବିଧାୟକ ଙ୍କ ଧର୍ମପତ୍ନୀ ଶ୍ରୀମତୀ ତିଲୋତ୍ତମା ସିଂ ବରିହା ଙ୍କୁ ଭେଟି ସମବେଦନା ଜଣାଇବା ସହ ସାନ୍ତ୍ୱନା ପ୍ରଦାନକରବା ସହ ଦିବଙ୍ଗତ ବିଧାୟକ ଙ୍କ ଅଧୁରା କାମ କୁ ସମ୍ପୂର୍ଣ୍ଣ କରିବା ଓଡ଼ିଶା ସରକାରଙ୍କ ଯୋଜନା ମାଧ୍ୟମରେ ଅଂଚଳ ର ବିକାଶ ରେ ସହଯୋଗ କରିବା ପାଇ ଶ୍ରୀମତୀ ବାରିହାଙ୍କୁ ଅନୁରୋଧ କରିଥିଲେ।


Comments
Post a Comment