ବିଦ୍ୟୁତ ଆଘାତରେ ମା ଓ ଆଠ ମାସର ପୁଅ ମୃତ୍ୟୁ ।
ପଦ୍ମପୁର-ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବରକେଲ ଗାଁ ରେ ବିଦ୍ୟୂତ ଆଘାତରେ ମା ଓ 8 ମାସ ପୁଅର ମୃତ୍ୟୁ । ଘରେ ଗୋଡ଼ରେଜ ଖୋଲୁ ଥିବା ସମୟରେ , ବିଦ୍ୟୂତ ଲାଗି ଦୁହିଙ୍କ ଜଣଙ୍କ ମୃତ୍ୟୁ ହୋଇଛି ।ମୃତ ମହିଳା ଅଞ୍ଜଳି ବାଗ 32 ବର୍ଷ ହେଉଥିବା ବେଳେ ମୃତ ଶିଶୁ ଗୈରଭ ବାଗ 8 ମାସ ହେଉଥିଲା । ଘର ଲୋକ କହିବା ମୁତାବକ ମୂଷା କାଟି ଦେଥିବାରୁ ବିଦ୍ୟୂତ ତାର ଗୋଡ଼ରେଜ ଉପରେ ପଡି ଯାଇଥିଲା । ଯାହା ମହିଳା ଜଣକ ଜାଣି ପାରିନଥିଲେ ଓ ଗୋଡ଼ରେଜ ଖୋଲିଥିଲେ ସେହି ସମୟରେ ସେ କାଖରେ 8 ମାସର ଛୁଆକୁ ଧରିଥିଲେ ତେଣୁ ଶିଶୁ ମଧ୍ୟ ବିଦ୍ୟୂତ ସଂପ୍ରସରେ ଆସିଥିଲା ଏବଂ ଦୁହିଁଙ୍କ ମୃତ୍ୟୁ ହୋଇଥିଲା । ସେ ସମୟରେ ଘରେ କେବଳ ମହିଳାଙ୍କ ଶାଶୁ ଥିଲେ ଯେ ନିଜ ଘର ବାରିପଟେ ଗୋବର ସଫାକରୁଥିଲେ । ସେ ଗୋବର ସଫାକରି ଫେରିଲା ପରେ ଦେଖିଲି ଥିଲେ ଦୁହି ଜଣଙ୍କୁ ଏବଂ ତା ପରେ ତାଙ୍କ ପୁଅକୁ ଜଣାଇଥିଲେ ।


Comments
Post a Comment