ତିଲୋତ୍ତମା ସିଂ ବରିହା ଓ ଭୋଜରାଜ ସିଂ ବରିହାଙ୍କୁ ଭେଟିଲେ ପାଇକମାଲ ବ୍ଲକର ଶତାଧିକ ବିଜେଡି କର୍ମୀ ।
ପଦ୍ମପୁର-ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗ ପରେ ବିଜେଡି କର୍ମୀ ମହଲରେ ଶୋକର ଛାୟା ଖେଲିଯାଇଥିଲା । ଆଜି ପାଇକମାଲ ବ୍ଳକର ବିଜେଡି ସଭାପତି ରାଜେନ୍ଦ୍ର ରାଉତଙ୍କ ନେତୄତ୍ବରେ ଶତାଧିକ କର୍ମୀ ସ୍ବର୍ଗତ ବିଧାୟକଙ୍କ ବାସଭବନକୁ ଆସି ଦିବଙ୍ଗତ ବିଧାୟକଙ୍କ ଧର୍ମପତ୍ନୀ ତିଲୋତ୍ତମା ସିଂ ବରିହା ଓ ପୁତ୍ର ଭୋଜରାଜ ସିଂ ବରିହାଙ୍କୁ ଭେଟି ସମବେଦନା ଜଣାଇଥିଲେ । ଏହା ସହ ପଦ୍ମପୁର ଅଞ୍ଚଳର ଉନ୍ନତି ଓ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ ।


Comments
Post a Comment