ସ୍ବର୍ଗତ ବିଧାୟକଙ୍କ ଶୋକ ସଭା ଓ ନାଟକ 'ଦକ୍ଷିଣା 'ମଞ୍ଚସ୍ଥ ।
ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଗ୍ରାମ ପଞ୍ଚାୟତର ଢୋଲବନ୍ଧ ଗ୍ରାମରେ ସଚେତନ ହେମା ଅନୁଷ୍ଠାନ ଆନୁକୂଲ୍ୟରେ ସ୍ବର୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗରେ ଶୋକ ସଭାଅନୁଷ୍ଠିତ nହୋଇ ଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡୋଳାମଣି ରଣା, ସମ୍ମାନିତ ଅତିଥି ଭାବେ ନବପ୍ରଭାତ ବୈଦିକ ଵିଦ୍ୟାପୀଠ ର ଭଗବାନ ଦେବ ଓ ବୃହସ୍ପତି ଶାସ୍ତ୍ରୀ, ବ୍ଲକ ଶିକ୍ଷା ଅଧିକାରୀ କାଳୀ ଚରଣ ଦୁବେ, ପ୍ରଧାନ ଶିକ୍ଷକ ଧର୍ମରାଜ ଶତପଥି, ଅନିରୁଦ୍ଧ ରଣା, ନାଟ୍ୟବିଦ କେଶରଞ୍ଜନ ପଧାନ, ଅମର ସାହୁ, ରୁକ୍ମଣ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦାନ କରିଥିଲେ l ଅମର ଆତ୍ମାର ଶାନ୍ତି ପାଇଁ ନୀରବ ପ୍ରାର୍ଥନା ପରେ ନବପ୍ରଭାତ ଆଶ୍ରାମର ଦୁଇ ବିଦ୍ୱାନ ବ୍ୟକ୍ତିତ୍ୱଙ୍କୁ ସଂସ୍କୃତି ମିତ୍ର ସମ୍ମାନରେ ଭୁଷିତ କରାଯାଇଥିଲା l




Comments
Post a Comment