୭୦୧ ଟଙ୍କା ଓ ମୋବାଇଲ ଲୁଟ, ତିନି ଗିରଫ ।
ପଦ୍ମପୁର- ପଦ୍ମପୁର ଉପଖଣ୍ଡ ତାଲପାଲି ଗାଁର ରାଧେକୃଷ୍ଣ ସାହୁ ଗତ ରବିବାର ଦିନ ବୁଡେନ ପଟକୁ ଯାଉଥିବା ସମୟରେ ତାଙ୍କ ବାଇକର ପଛ ଚକ ଖରାପ ହେବା ଯୋଗୁଁ ସେ ଅଟକି ଥିଲେ, ସେହି ସମୟରେ ତିନିଜଣ ଯୁବକ ଗୋଟିଏ ବାଇକରେ (ଓଡି୧୭ଏସ୍୭୮୯୭) ରେ ଆସି ତାଙ୍କ ଠାରୁ ଗୋଟିଏ ମୋବାଇଲ ଫୋନ ଓ ୭୧୦ ଟଙ୍କା ଛଡାଇ ନେଇ ଚାଲିଯାଇଥିଲେ , ଏ ବିଷୟରେ ସେ ପଦ୍ମପୁର ଥାନାରେ ଅଭିଯୋଗ କରିଥିଲେ । ପଦ୍ମପୁର ପୋଲିସର ତଦନ୍ତ ରୁ ଜଣାପଡ଼ିଲା କି ଗଡ଼ଭାଟି ଗାଁର ଶ୍ରୀକାନ୍ତ ବାଙ୍କ, ନୄପ ବାଗ ଓ ବିଶାଳ ବରିହା ଏହି ଲୁଟ କରିଥିବା ସ୍ବୀକାର କରିଥିଲେ । ଲୁଟ କରି ଛଡାଇ ନେଇଥିବା ମୋବାଇଲ, ଟଙ୍କା ଓ ବ୍ୟବହାର କରିଥିବା ବାଇକ ପୋଲିସ ତବତ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ପଦ୍ମପୁର ଥାନାଧିକାରୀ ରାଜେନ୍ଦ୍ର ସିଆଲ ସୂଚନା ଦେଇଛନ୍ତି ।


Comments
Post a Comment