୫ଟି ମାଧ୍ୟମରେ ରୂପାନ୍ତରିକରଣରେ ସାମିଲ ହେବ ପଦ୍ମପୁର ଉପଖଣ୍ଡର ୩୮ ଗୋଟି ନୂଆ ବିଦ୍ୟାଳୟ ।

ପଦ୍ମପୁର- ଆଜିର ଶିଶୁ କାଲିର ଭବିଷ୍ୟତ , ସେଥିପାଇଁ ସରକାର ପିଲାଙ୍କ ଶିକ୍ଷା ଦାନ ଉପରେ ଗୁରତ୍ୱ ଦେଇ ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁ ନେଉଛନ୍ତି । ୫ଟି ମାଧ୍ୟମରେ ବିଦ୍ୟାଳୟ ଗୁଡିକର ଉନ୍ନତି କରଣ କରୁଛନ୍ତି । ଯାହା ଦ୍ୱାର ସରକାରୀ ବିଦ୍ୟାଳୟର ପିଲାମାନେ ଉନ୍ନତ ମାନର ପରିବେଶରେ ଗୁଣାତ୍ମକ ଶିକ୍ଷା ପାଇ ପାରିବେ । ପଦ୍ମପୁର ଉପଖଣ୍ଡର ରାଜବୋଡାସମ୍ବର, ପାଇକମାଲ ଓ ଝାରବନ୍ଧ ବ୍ଲକର ୩୮ ଗୋଟି ବିଦ୍ୟାଳୟର ହେବ ରୂପାନ୍ତୀକରଣ କରଣ । 
 ବଦଳିବ ସ୍କୁଲ ପରିବେଶ , ବଦଳିବ ପାଠ ପଢାଇବାର ଢାଂଚା ।ବଦଲିବ ଚାଲଛପର ଶ୍ରେଣୀ ଗୃହ ତିଆରି ହେବ ଉନ୍ନତ ମାନର ଶ୍ରେଣୀ କୋଠରୀ , ଉନ୍ନତ ମାନର ଶିକ୍ଷା ଉପାଦାନ ବ୍ୟବହାର କରି ପାଠ ପଢିବେ ପିଲା ।  ପିଲାଙ୍କ ଉନ୍ନତ ମାନର ଶିକ୍ଷା ପାଇଁ ଓଡିଶା ସରକାର ୫ଟି ମାଧ୍ୟମରେ ବିଦ୍ୟାଳୟର ପରିବେଶ ତଥା ଶିକ୍ଷା ପ୍ରଣାଳୀ କୁ ବଦଲାଉଛନ୍ତି । ଡିଜିଟାଲ ଶ୍ରେଣୀ କୋଠରୀ ସହ ଉନ୍ନତ ମାନର ସା୍ମର୍ଟ ବୋର୍ଡ ରେ ପାଠ ପଢି ପାରିବେ ପିଲା । ସରକାରୀ ବିଦ୍ୟାଳୟର ପିଲା ମାନେ ପାଇ ପାରିବେ ବେସରକାରୀ ବିଦ୍ୟାଳୟର ପରିବେଶ । ପ୍ରତ୍ୟେକ ବିଦ୍ୟାଳୟରେ ୪୫ ଲକ୍ଷ ଟଙ୍କା ବିନିମୟ ମୂଲ୍ୟରେ ବଦଳିବ ବିଦ୍ୟାଳୟ ଢାଂଚା । ପଦ୍ମପୁର ଉପଖଣ୍ଡର ରାଜବୋଡାସମ୍ବର, ପାଇକମାଲ ଓ ଝାରବନ୍ଧ ବ୍ଲକର ୩୮ ଗୋଟି ବିଦ୍ୟାଳୟର ହେବ ରୂପାନ୍ତୀକରଣ କରଣ । ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀ ମାନ୍ୟବର ଇଂ ରୋହିତ ପୂଜାରୀ ଆଜି ପଲସାପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ଆଂଚଳିକ ଉଚ୍ଚବିଦ୍ୟାଳୟ ଘନାମାଲ ଓ ପଲସାପାଲି ଠାରେ ୫ଟି ବିଦ୍ୟାଳୟ ପାଇଁ ଭିତି ପ୍ରସ୍ଥର ସ୍ଥାପନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଭଟଲି ବିଧାୟକ ସୁଶାନ୍ତ ସିଂ, ଜିଲ୍ଲାପରିଷଦ ସଦସ୍ୟା ପୂର୍ଣ୍ଣିମା ରଣା,ପଲସାପାଲି ସରପଞ୍ଚ, ସମିତିସଭ୍ୟ,ବ୍ଳକ ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
 ସରକାରୀ ବିଦ୍ୟାଳୟରେ ତିଆରି ହେବ ନୂତନ ଜ୍ଞାନ କୌଶଳରେ ଶୀକ୍ଷା ବ୍ୟବସ୍ଥାର ମୁଳଦୁଆ । ସରକାରୀ ବିଦ୍ୟାଳୟର ପିଲାମାନେ ୫ଟି ବିଦ୍ୟାଳୟ ମାଧୟମରେ ପାଠ ପଢିପାରିବେ ବୋଲି ସରକାର ବିଦ୍ୟାଳୟ ମାନଙ୍କର ରୂପାନ୍ତୀକରଣ କରଣ କରୁଛନ୍ତି । ବିଦ୍ୟାଳୟର ନବକଳେବର ହେଲେ ତିଆରି ହେବ ନୂତନ ଡିଜିଟାଲ ଶ୍ରେଣୀ କୋଠରୀ ଯୋଉଠି ପିଲା ମାନଙ୍କ ପାଇଁ ରହିବ ଉନ୍ନତ ମାନର ଶିକ୍ଷା କୌଶଳ ।  ଡିଜିଟାଲ ଶ୍ରେଣୀ କୋଠରୀରେ ପିଲାମାନେ ଇନଟରନେଟ ମାଧ୍ୟମରେ ପାଠ ପଢିବା ସହ ସ୍ମାର୍ଟ ବୋର୍ଡରେ ୩ଡି ମାଧ୍ୟମରେ ପାଠ୍ୟ ପୁସ୍ତକରେ ରହିଥିବା ଉପକରଣକୁ ପଢି ପାରିବେ । ଏହା ସହ ଉନ୍ନତ ମାନର ବିଜ୍ଞାନ ପ୍ରୟୋଗଶାଲା , କମ୍ୟୁଟରରେ ପିଲାମାନେ ଲାଇବ୍ରେରୀ ବହି ପଢିପାରିବେ । ଏହି ସବୁ ଉନ୍ନତ ମାନର ଶ୍ରେଣୀ କୋଠରିରେ  ପାଠ ପଢିଲେ ପିଲାମାନେ ତାଙ୍କର ଶିକ୍ଷାରେ ନିହାତି ଭାବରେ ଉ୍‌ନ୍ନତି ହେବ । ଏପରି ପରିବେଶରେ ପାଠ ପଢିବା ପାଇଁ ପିଲାମାନେ ମଧ୍ୟ ଉତ୍ସୁକତା ଏବଂ ସରକାରଙ୍କ ଘୋଷଣାକୁ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି । ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ଯୋଗୁଁ ପିଲାଙ୍କ ପାଠ ପଢାରେ ଉନ୍ନତି ହୋଇ ପାରିବ ।

Comments