ଅର୍ଥ ମନ୍ତ୍ରୀ ଙ୍କ ସହ କୃଷକ ସଂଗଠନ ର ଆଲୋଚନା ବୀମା ଓ ଇନପୁଟ ସମସ୍ୟା ସମାଧାନ ନ ହେଲେ ଉପ ନିର୍ବାଚନ ପ୍ରକ୍ରିୟା କୁ ଦୃଢ଼ ବିରୋଧ କରାଯିବ ।

ପଦ୍ମପୁର - ସ୍ଥାନୀୟ ଡ଼ାକବଙ୍ଗଳା ଠାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀମାନ ଦେବେଶ ଆଚାର୍ଯ୍ୟ ଙ୍କ ସହିତ ରାଜବୋଡା ସମ୍ବର କୃଷକ ସଂଗଠନ ର  ବୈଠକ ଅନୁଷ୍ଠିତ ହୋଇଯାଇଛି l ସଂଗଠନ ତରଫରୁ ବୀମା ଓ ଇନପୁଟ ରାଶି ପ୍ରଦାନ ଦାବୀ କରାଯାଇଥିଲା l ମନ୍ତ୍ରୀ ସମସ୍ତ ସମସ୍ୟା ଶୁଣିବା ପରେ ଜିଲ୍ଲପାଳ ଙ୍କ ସହ ଆଲୋଚନା କରି ସମାଧାନ ପାଇଁ ଚେଷ୍ଟା କରିବା ନେଇ ପ୍ରତିଶୃତି ଦେଇଥିଲେ l ମନ୍ତ୍ରୀ ଙ୍କ ଉତ୍ତର ଚାଷୀ ଙ୍କୁ ସନ୍ତୁଷ୍ଟ କରିପାରିନାହିଁ l ତୁରନ୍ତ ବୀମା ଓ ଇନପୁଟ ସମସ୍ୟା ସମାଧାନ ନ ହେଲେ ଆଗାମୀ ଉପ ନିର୍ବାଚନ କୁ ଦୃଢ଼ ବିରୋଧ କରିବା ସହ ନିର୍ବାଚନ ପ୍ରକ୍ରିୟା କୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ନେଇ ସଂଗଠନ ଚେତାବନୀ ଦିଆଯାଇଛି l  ରାଜବୋଡା ସମ୍ବର କୃଷକ ସଂଗଠନ ତରଫରୁ ରମେଶମହାପାତ୍ର, ସଂଗଠନ ର ସଭାପତି ବାଞ୍ଛାନିଧି ନାୟକ, ଅବାହକ ଅଶୋକ ସାହୁ ସମେତ ଅଜିତ ଶତପଥି, ପଞ୍ଚାନନ ସାହୁ,କୈଳାଶ ବାରିକ, ରୋହିତ ପ୍ରଧାନ ଗାଇସିଲେଟ ବ୍ଳକ ରୁ ଅରବିନ୍ଦ ପଣ୍ଡା, ସରୋଜସାହୁ,ବିରେନ ପ୍ରଧାନ ପାଇକମାଳ ରୁ ଲିଙ୍ଗରାଜ ପ୍ରଧାନ, ଭଗବାନ ସାହୁ, ବିଜେପୁର ରୁ ଯଦୁମଣି ପଟେଲ, ସୁବାଷ ପ୍ରଧାନ, ଶହୀଦ ମାଧୋ ସିଂ କୃଷକ ସଂଗଠନ ରୁ ମୁରଲୀ ଭୋଇ, ପ୍ରଭାତ ସାହୁ ଝାରବନ୍ଧ ବ୍ଳକ ରୁ ଅଶୋକ ସାହୁ, ପ୍ରମୋଦ ରୟ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ l

Comments