ପଦ୍ମପୁର ଦୁର୍ଗା ମିକ୍ସଚର ରେ ବିକ୍ରି ହେଉଛି ବାସି ଖାଦ୍ୟ ! ସୋସିଆଲ ମିଡିଆରେ ଅଭିଯୋଗ ।

ପଦ୍ମପୁର-ସୁସ୍ଥ ସ୍ବାସ୍ଥ୍ୟ ପାଇଁ ସ୍ବଛ୍ଛ,ନିର୍ମଳ ଓ ପୁଷ୍ଟିକର ଖାଦ୍ୟ ଆବଶ୍ୟକ । ସାଧାରଣତଃ ଲୋକମାନେ ଘରେ ଏହି ଖାଦ୍ୟ ଖାଇବାରେ କୌଣସି ଅସୁବିଧା ହୋଇନଥାଏ । ହେଲେ ବାହାରେ ହଟେଲ କିମ୍ବା ରେଷ୍ଟୁରେଣ୍ଟରେ ଏଭଲି ପୁଷ୍ଟିକର ଖାଦ୍ୟ ମିଲୁଛି ନା ମିଲୁନାହିଁ ତାହା ଠିକ ଭାବେ ଜଣାନାହିଁ । ଏ ସବୁ ପାଇଁ ଖାଦ୍ୟ ଓ ସୁରକ୍ଷା ବିଭାଗ ତଦନ୍ତ କରିବା ସହ ଖାଦ୍ୟ ତିଆରିର ମାନ ମଧ୍ୟ ପରଖିବା ଆବଶ୍ୟକ । କିନ୍ତୁ ପଦ୍ମପୁର ସହରରେ ଖାଦ୍ୟ ଓ ସୁରକ୍ଷା ଯାଞ୍ଚ କରୁଥିବା ଭଲି କିଛି ଦେଖିବାକୁ ମିଲୁନାହିଁ । ପଦ୍ମପୁର ସହରର ନେହରୁଗଲି ନିକଟସ୍ଥ ଦୁର୍ଗା ମିକ୍ସଚର ନାମକ ଏକ ହୋଟେଲ ବାସି ଖାଦ୍ୟ ପରସୁଥିବା ଭଲି ଅଭିଯୋଗ ଜଣେ ସଚେତନ ନାଗରିକ ସୋସିଆଲ ମିଡିଆ ଜରିଆରେ କରିଛନ୍ତି । ସେ କରିଥିବା ଅଭିଯୋଗ ଅନୁସାରେ ଦୁର୍ଗା ମିକ୍ସଚର ସକାଳ ସମୟରେ ବଳି ଯାଇଥିବା ବାସି ବରା ଗୁଡିକ ବିକ୍ରି କରୁଛି ସେ ଦୁଇ ଦୁଇ ଥର ବରା କିଣି ଧୋକା ଖାଇଥିବା ସେ ଉଲ୍ଲେଖ କରିଛନ୍ତି । ଏହି ଅଭିଯୋଗ ରୁ ଜଣା ପଡୁଛି କି ଦୁର୍ଗା ମିକ୍ସଚର କିପରି ଭାବରେ ଖାଦ୍ୟ ପ୍ରସ୍ତୁତ କରୁଛି ଏବଂ ବିକ୍ରି କରୁଛି । ଉପଯୁକ୍ତ ପରିବେଶରେ ପୁଷ୍ଟିକର ଖାଦ୍ୟ ତିଆରି କରି ବିକ୍ରି କରିବା ପାଇଁ ଲାଇସେନ୍ସ କରିଛନ୍ତି ହେଲେ ତାହା ଖୋଲା ଖୋଲି ଭାବରେ ଉଲଙ୍ଘନ କରୁଥିବା ଭଲି ମନେ ହୁଏ । ଏଭଳି ଖାମ ଖିଆଲି ମନୋଭାବ ଲୋକଙ୍କ ଜୀବପ ପ୍ରତି ବିପଦ ରହୁଛି । ଖାଦ୍ୟ ଓ ସୁରକ୍ଷା ବିଭାଗ  ଏହି ଅଭିଯୋଗ କୁ ଗମ୍ଭୀର ସହ ନେଇ ଏହି ଦୋକାନରେ ତିଆରି ହେଉଥିବା ଖାଦ୍ୟ ଯାଞ୍ଚ କରିବା ନିହାତି ଆବଶ୍ୟକ ।

Comments