ବି ଏଲ ଏଫ ଙ୍କ ବିରୋଧରେ ମିଶନ ଶକ୍ତି କର୍ମୀ ସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ ।


ପଦ୍ମପୁର-ବରଗଡ ଜିଲ୍ଲା ପଦ୍ମପୁର ବ୍ଳକ ର ୨୨ ଗୋଟି ଗ୍ରାମଞ୍ଚାୟତ କୁ ନେଇ ଗଠିତ ହୋଇଥିବା ସମସ୍ତ କ୍ୟାଡର ଦିର୍ଘ ୫ବର୍ଷହେବ ପଞ୍ଚାୟତ ସ୍ତରରେ ହୋଇଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ କୁ ତୁଲାଇ ଆସୁଛନ୍ତି ।ଯଦ୍ୱାରା ଆଜିକାର ତାରିଖରେ ପଦ୍ମପୁର ବ୍ଳକ ଆଗଧାଡିରେ ଅଛି ।ହେଲେ ଖଲିଆପାଲି ଗ୍ରାମପଞ୍ଚାୟତ ସ୍ତରୀୟ ସଭାନେତ୍ରୀ(ବି.ଏଲ.ଏଫ)ର ସଭାନେତ୍ରୀ ସୁବାଷିନୀ ସାହୁ ଅନ୍ୟ ପଞ୍ଚାୟତ ସଭାନେତ୍ରୀ ଓ ସମ୍ପାଦିକା ମାନଙ୍କୁ ପ୍ରବର୍ତ୍ତାଇ କ୍ୟାଡ଼ର ମାନେ କୈାଣସି କାର୍ଯ୍ୟ କରୁନଥିବାର ଅଭିଯୋଗ ସହିତ ସମସ୍ତ କ୍ୟାଡ଼ର ବିପିଏମ ଙ୍କ ନିର୍ଦ୍ଦେଶ ମାନି ଚଲୁଛନ୍ତି ବୋଲି କହନ୍ତି ।ଗତ ତା ୨୭.୧୦.୨୦୨୨ରିଖ ମିଶନ ଶକ୍ତି ନିର୍ଦ୍ଦେଶ ରେ ୧୦ ଟି ପଞ୍ଚାୟତର ସଭାନେତ୍ରୀ ଓ ସମ୍ପାଦିକା ଭୁବନେଶ୍ୱର ସ୍ଥିତ ମିଶନ ଶକ୍ତି ଭବନରେ ଉପସ୍ଥିତ ରହି ପଞ୍ଚାୟତ ଓ ବ୍ଳକ ସ୍ତରୀୟ ବିଭିନ୍ନ ସମସ୍ୟା ଉପରେ ଉପସ୍ଥାପନା କରିଥିଲେ ଏବଂ ପଦ୍ମପୁର ରେ କାର୍ଯ୍ୟରତ ବିପିଏମ ଙ୍କୁ ସିଧାସଳଖ ରାଜ୍ୟ ଅଫିସରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଆସିଥିଲା ।ଯଦି ପଦ୍ମପୁର ରେ ଏମିତି କିଛି ସମସ୍ୟା ଥିଲା ତେବେ ବ୍ଳକ କିମ୍ବା ଜିଲ୍ଲା ସ୍ତରରେ ଥିବା ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କୁ ନେଇ ସମସ୍ୟା ର ସମାଧାନ କରାଯାଇପାରିଥାନ୍ତା ବୋଲି ଲିଖିତ ଭାବେ ଜଣାଇଛନ୍ତି ।କିନ୍ତୁ ତାହା ସେମାନେ ନ କରି ସିଧାସଳଖ ରାଜ୍ୟସ୍ତରରେ ଉପସ୍ଥାପନ କରିବା ନିନ୍ଦନୀୟ ଅଟେ ।ଫଳରେ ସେମାନେ ପଦ୍ମପୁର ବ୍ଳକର ସମ୍ମାନ ଉପରେ ଦାଗ ଲଗାଇଛନ୍ତି ।ଏଣୁ ଯେ ପର୍ଯ୍ୟନ୍ତ ଖଲିଆପାଲି ଗ୍ରାମପଞ୍ଚାୟତ ସ୍ତରୀୟ ସଂଘର  ସଭାନେତ୍ରୀ ସୁବାଷିନୀ ସାହୁ ଙ୍କୁ ତାଙ୍କ ପଦବୀ ରୁ ହଟା ନ ଯିବ ଏବଂ ଅଭିଯୋଗର ସତ୍ୟତା ପ୍ରକାଶ କରାନଯିବ,ବ୍ଳକର ଅନ୍ୟ ଜିପିଏଲଏଫ ଗୁଡିକ ର ଉନ୍ନତି ସାତ ସପନରେ ରହିଯିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।ଏଣୁ ଏଥିପାଇଁ ଅତିଶିଘ୍ର ବିହିତ ପଦକ୍ଷେପ ନେବାସହ ଯଦି ଚାରିଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ହୋଇ ନପାରିଲେ ସମସ୍ତ ଗ୍ରାମପଞ୍ଚାୟତର ସଂଘର କର୍ତ୍ତାମାନେ ଆନ୍ଦୋଳନର ପନ୍ଥା ଆପଣାଇବେ ବୋଲି ମିଶନ ଶକ୍ତି ର କର୍ମକର୍ତ୍ତା ମାନେ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଜିଲ୍ଲା ମିଶନ ସଂଯୋଜକ ଓଏଲଏମ,ଜିଲ୍ଲାପରିଷଦ ବରଗଡ ଙ୍କ ଉଦ୍ଦେଶ୍ୟରେ ପଦ୍ମପୁର ବିଡିଓ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି ।

Comments