ରାବଣ ପୋଡି ସହ ସମାପନ ହେଲା ଗୁଦେରପାଲି ସାର୍ବଜନୀନ ଦୁର୍ଗାପୂଜା , ରାବଣ ଦରବାରରେ ରାଜ ଅତିଥି ଭାବେ ଯୋଗଦେଇଥିଲେ ମନ୍ତ୍ରୀ ରୀତା ସାହୁ
ପଦ୍ମପୁର-ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁ ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଦୀର୍ଘ ୪ଦିନଧରି ରାମଲୀଳା ମହୋତ୍ସବ ହେଉଥିଲା।ଏହି ଅବସରରେ ବିଜୟା ଦଶମୀ ଦିନ ରାବଣପୋଡ଼ି ମହୋତ୍ସବରେ ରାବଣ ଦରବାର ରେ ବୟନ ଓ ହସ୍ତତନ୍ତ ମନ୍ତ୍ରୀ ରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ଜୟଲାଲ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ଚାଷୀ ନେତା କିଶୋର ଚନ୍ଦ୍ର ଦେବତା, ବ୍ଳକ ଅଧ୍ୟକ୍ଷ ପ୍ରଣୟ ସାହୁ, ବିଜେପୁର ଅଧ୍ୟକ୍ଷ ମତିରାମ ସାହୁ, ସ୍ଥାନୀୟ ସରପଞ୍ଚ ରାମଚନ୍ଦ୍ର ପାତ୍ର, କଏଁରୀ ପ୍ରଧାନ,ଶିବ ପ୍ରଧାନ ମଞ୍ଚାସିନ ହୋଇଥିଲେ।ଏହି ଅବସରରେ ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶନ୍ନ ପାତ୍ର ଙ୍କୁ ପୂଜା କମିଟି ଏବଂ ଗ୍ରାମବାସୀ ଙ୍କ ତରଫରୁ ଉପଢୌକନ ଏବଂ ମାନପତ୍ର ଦେଇ ଆଦର୍ଶ ଶିକ୍ଷକ ସମ୍ମାନ ରେ ସମ୍ମାନୀତ କରାଯାଇଥିଲା। ସଜନ କେଡିଆ ଓ ପିଣ୍ଟୁ ପାତ୍ର ରାବଣପୋଡ଼ି ରେ ଆତସବାଜି କାର୍ଯ୍ୟ ତୁଲାଇଥିଲେ।


Comments
Post a Comment