କଳସ ଯାତ୍ରା ସହ ଆରମ୍ଭ ହେଲା ହନୁମାନପଡା କାଳୀପୂଜା ।
ପଦ୍ମପୁର- ସାର୍ବଜନୀନ କାଳୀପୂଜା କମିଟି ହନୁମାନପଡା ଆନୁକୁଲ୍ୟରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କାଳୀପୂଜା କମିଟି ର ସଭାପତି ଅଜିତ ଶତପଥୀ, ନରସିଂହ ପଟ୍ଟନାୟକ,ଅଶୋକ ବହିଦାର, ଶ୍ୟାମଳ ଦାଶ, ନୀରୋଜ ପାଢ଼ୀ, ସୁବାସ ପାତ୍ର, ଟଙ୍କଧର ନନ୍ଦିଘୋଷ ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ କଳସ ଯାତ୍ରା ମହାଡମ୍ବରେ ନଗର ପରି କ୍ରମା କରି ହନୁମାନପଡା ସ୍ଥିତ ପୂଜାମଣ୍ଡପ ରେ କଳସ ସ୍ଥାପନ କରାଯାଇ ରାତ୍ର 11ଟା ରୁ ମା କାଳୀ ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇ ଯାଇଛି। ଏହି ଶୋଭାଯାତ୍ରା ରେ ପ୍ରମୋଦ ନାଥ ଓ ସଂଜୀବ ବହିଦାର ଙ୍କ ନିର୍ଦ୍ଦେଶନା ରେ କୁନି କୁନି ଛୁଆ ମାନଙ୍କୁ ନେଇ ଶ୍ରୀ ରାମ ଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ଖୁବ୍ ଦୃଷ୍ଟି ଆକର୍ଷଣ କରିଥଲା। ହନୁମାନପଡା କାଳୀ ପୂଜା ରେ କର୍ତ୍ତା ଭାବରେ ଶ୍ରୀମାନ ପ୍ରଦୀପ ସାହୁ ଓ ତାଙ୍କର ସହଧର୍ମିଣୀ ଶ୍ରୀମତୀ ସଂଘମିତ୍ରା ସାହୁ ଦାୟିତ୍ଵ ତୁଲାଇବା ବେଳେ ମୂଖ୍ୟ ପୂଜକ ହିସାବରେ ଶ୍ରୀ ଅତ୍ରାହି ଭଞ୍ଜନ ପାଣିଗ୍ରାହୀ ଓ ସନ୍ତୋଷ ମିଶ୍ର ପୂଜାର୍ଚ୍ଚନା କରିବାସହ ସୂର୍ଯ୍ୟଗ୍ରହଣ ହେତୁ ମା କାଳୀ ଙ୍କ ଜୀବନ୍ୟାସ ପରେ 26ତାରିଖ ବୁଧବାର ସକାଳୁ ପୁଣି ମା କାଳୀ ଙ୍କ ପୂଜାର୍ଚ୍ଚନା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି।
କାଳୀ ପୂଜା ଉପଲକ୍ଷେ ଶୁଭେଚ୍ଛା 💐💐
ReplyDelete