ଘେଁସ ମହାବିଦ୍ୟାଳୟ ଓ ଘେଁସ ହାଇସ୍କୁଲରେ ବରଗଡ଼ ପୋଲିସ ପ୍ରଶାସନର ବୀରାଙ୍ଗନା କାର୍ଯ୍ୟକ୍ରମ ।
ପଦ୍ମପୁର- ବରଗଡ଼ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆଜି ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ ମହାବିଦ୍ୟାଳୟ ଏବଂ ଘେଁସ ହାଇସ୍କୁଲ ଠାରେ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ବୀରାଙ୍ଗନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାରେ ପ୍ରଥମଥର ପାଇଁ ତଥା ବରଗଡ଼ ଜିଲ୍ଲାରେ ପ୍ରଥମଥର କରି ଅନୁଷ୍ଠିତ ମହିଳାମାନଙ୍କ ଆତ୍ମସୁରକ୍ଷା ଭିତ୍ତିକ କାର୍ଯ୍ୟକ୍ରମଟି ମହିଳା ଓ ଝିଅପିଲାମାନେ ନିଜକୁ ସୁରକ୍ଷା ଦେବାରେ ବେଶ୍ ସହାୟକ ହେବା ନେଇ ଆଶା ପ୍ରକଟ କଲେ ଘେଁସ ମହାବିଦ୍ୟାଳୟରେ ଅନୁଷ୍ଠିତ ବୀରାଙ୍ଗନା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିବା ବରଗଡ଼ ଜିଲ୍ଲା ଆରକ୍ଷୀଅଧିକ୍ଷକ ପରମାରସ୍ମିତ ପୁରୁଷୋତ୍ତମ ଦାଶ । ପଦ୍ମପୁର ଏସ୍.ଡି.ପି.ଓ. ଶ୍ରୀ ବିଭୁତିଭୁଷଣ ଭୋଇ, ମେଲଛାମୁଣ୍ଡା ଥାନାଧିକାରୀ ବାଲୁଙ୍କେଶ୍ଵର ନାଏକ, କେତନ ଧରୁଆ, ସୋହେଲା ଥାନାଧିକାରୀ ଶ୍ରୀ ହାଡ଼ିବନ୍ଧୁ ଗଡ଼ତିଆ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିବା ସହିତ ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆଜି ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ ମହାବିଦ୍ୟାଳୟ , ଘେଁସ ହାଇସ୍କୁଲରେ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ପାଇଁ ତାଲିମ ପ୍ରଦାନ କରାଯାଇଥିଲା ।
ବରଗଡ଼ ପୋଲିସ ବିଭାଗର ମାର୍ସଲ ଜୁଡ଼ୋ କରାଟେ ର ଦକ୍ଷ ପ୍ରଶିକ୍ଷକ ଶ୍ରୀ ନୟନ ବାଗ, ଅନୀଲ ବିଶି, ବିକାଶ ସାହୁ, ତନ୍ମୟ ବାରିକ, ଶିବପ୍ରସାଦ ସାହୁ ଓ ଯଶୋବନ୍ତ ମହାନନ୍ଦ ପ୍ରମୁଖ ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଘେଁସ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ଜଗଦୀଶ ସାହୁ ଙ୍କ ସଭାପତିତ୍ବରେ ଘେଁସ ମହାବିଦ୍ୟାଳୟ ଠାରେ ଏବଂ ଘେଁସ ହାଇସ୍କୁଲ ଠାରେ ସ୍କୁଲର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଦୁଃଶାସନ ସେନାପତିଙ୍କ ସଭାପତିତ୍ବରେ ଏଅବସରରେ ଏକଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ଯରେ ବିଶିଷ୍ଟ ସାମାଜିକ କର୍ମୀ ମୁରଲୀ ଭୋଇ, ସୁବାସଚନ୍ଦ୍ର ସାହୁ, ଡାଲାମଣି ପଟେଲ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଘେଁସ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ତଥା ଘେଁସ ଗ୍ରାମ୍ୟଉନ୍ନୟନ କମିଟୀର ବିଜୟ ପଟେଲ, କମଳ ପଟେଲ,ପ୍ରଭାତ ବରିହା, ବିଜୟ ବେହେରା, ପୁରନ୍ଦର ଖୁମୁଡ଼ି, ଅଶୋକ ବାରିକ, ପ୍ରଦୀପ ମେହେର ପ୍ରମୁଖ ଓ ସଭ୍ୟ ମାନେ ଆରକ୍ଷୀଅଧିକ୍ଷକଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ ଜଣାଇଥିଲେ ।


Comments
Post a Comment