ନୃସିଂହନାଥରେ ନୂଆଖାଇ ଭେଟଘାଟ।
ପଦ୍ମପୁର- ନୃସିଂହନାଥ ବିନ୍ଧ୍ୟବାସିନୀ ଅତିଥି ଭବନ ପରିସର ରେ ଶନିବାର ଜନକଲ୍ୟାଣ ସେବା ଟ୍ରଷ୍ଟ ବରଗଡ ଆନୁକୁଲ୍ୟରେ ଓ ନୃସିଂହନାଥ କଳାପରିଷଦ ସହଯୋଗରେ ନୁଆଖଇଁ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନକଲ୍ୟାଣ ସେବା ଟ୍ରଷ୍ଟର ସଭାପତି ମୁକୁନ୍ଦ ଦାସ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଦିପ ପୁରୋହିତ, ମୂଖ୍ୟ ବକ୍ତାଭାବେ ଅଧ୍ୟପକ ଡ. ଅଜିତ କୁମାର ନାଥ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ତ୍ୟାଗ ଅନୁଷ୍ଠାନ ବୁଲ୍ଲା ର ସଭାପତି ଦୂର୍ଗା ପାଢି, ନୃସିଂହନାଥ କଳାପରିଷଦ ର ସଭାପତି ସୁବୋଧ ପଣ୍ତା ଓ ଡା. ଅଜିତ ବାରିକ ପ୍ରମଖ ଯୋଗ ଦେଇଥିଲେ । ଜନକଲ୍ୟଣ ସେବା ଟ୍ରଷ୍ଟ ୨୦୦୮ ମସିହାରେ ୩ଜଣ ସଦସ୍ୟରୁ ଆରମ୍ଭ କରାଯାଇ ବତ୍ତମାନ ଓଡିଶାର ୩୦ଟି ଜିଲ୍ଲାରେ ବିଭିନ୍ନ କ୍ଷେତ୍ର ରେ ଜନସାଧାରଣଙ୍କୁ କିପରି ସେବା ଯୋଗାଇ ଦିଆଯାଉଛି ଅତିଥି ମାନେ ନିଜସ୍ବ ମତବ୍ୟକ୍ତ ପ୍ରଦାନ କରିଥିଲେ । ପାଇକମାଳ ଅଞ୍ଚଳ ର ବିଭିନ୍ନ କ୍ଷେତ୍ର ରେ କୃର୍ତ୍ତିତ୍ବ ଅର୍ଜନ କରିଥିବା ୨୦ଜଣ ବେକ୍ତି ବିଶେଷଙ୍କୁ ଅତିଥି ମାନେ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଜନ କଲ୍ୟାଣ ସେବା ଟ୍ରଷ୍ଟର ଆଜିବନ ସଦସ୍ୟ ଭାବେ ବଡ ଶତପଥୀ, ବିଭୁତି ମୁଣ୍ତ, ସ୍ନେହଲତା ଯାଦବଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବଡ ଶତପଥୀ ଧନ୍ୟବାଦ ଦେଇଥିଲ ।


Comments
Post a Comment