ପଦ୍ମପୁର ବଜାରରେ କେତେ ବାଣ ପ୍ରଶାସନ ପାଖରେ ଖବର ନାହିଁ !
ପଦ୍ମପୁର- ପଦ୍ମପୁର ବଜାରରେ ଦିପାବଳି ପାଇଁ ବାଣ ବିକ୍ରି ଚାଲିଛି ହେଲେ ବାଣ ବେପାରୀଙ୍କ ପାଖରେ କେତେ ବାଣ ଅଛି ପ୍ରଶାସନ ପାଖରେ ଖବର ନାହିଁ ! ପଦ୍ମପୁର ରାଜବାଟି ପଡିଆରେ ସରକାରୀ ନିୟମ ଅନୁସାରେ ବାଣ ଦୋକାନ ଖୋଲିଛି ହେଲେ ସେମାନେ ସମୂର୍ଣ୍ଣ ଭାବରେ ସରକାରୀ ନିୟମ ପାଳନ କରିଥିବା ଭଲି ମନେ ହେଉନାହିଁ । ବାଣ ଦୋକାନୀ ମାନେ କୋଉଠୁ କେତେ ପରିମାଣର ବାଣ ଆଣିଛନ୍ତି କେଉଁଠି ଗଛ୍ଛିତ ରଖିଛନ୍ତି ସେ ବିଷୟରେ ପ୍ରଶାସନ ପାଖରେ କୌଣସି ଖବର ନାହିଁ ! ଦିପାବଳି ପାଇଁ ବିକ୍ରି ହେଉଥିବା ବାଣ ଗୁଡିକ ବାରୁଦରୁ ତିଆରି ହୋଇଥାଏ, ପ୍ରଶାସନ ପାଖରେ ସଠିକ ତଥ୍ୟ ନ ଥିବା କାରଣରୁ ଏହି ବାଣ ଦୋକାନର ବାରୁଦକୁ ଅପବ୍ୟବହାର କରାଯିବାର ସମ୍ଭବନା ରହିଛି । ଅନ୍ୟପଟେ ବେଆଇନ ଭାବରେ ବିଭିନ୍ନ ସ୍ଥାନରେ ବାଣ ଗଛ୍ଛିତ ଥିବା ଚର୍ଚ୍ଚା ହେଉଛି । ପଦ୍ମପୁର ଏକ ମାଓ ପ୍ରବଣ ଅଞ୍ଚଳ, ଏଠାରେ ବିଭିନ୍ନ ସମୟରେ ମାଓବାଦୀ ଥିବା ଖବର ସାମନାକୁ ଆସିଥାଏ । ବାରୁଦକୁ ମାଓବାଦୀ ମାନେ ଏଠାରୁ ନେଇ ବ୍ୟବହାର କରି ଅଞ୍ଚଳରେ ବିଶୄଙ୍ଖଳା ସୄଷ୍ଟି କରିପାରିବେ । ତେବେ ଉପଖଣ୍ଡ ପ୍ରଶାସନ ଓ ପୋଲିସ ପ୍ରଶାସନ ମିଲିତ ଭାବରେ ଦୋକାନ ଗୁଡିକୁ ଯାଞ୍ଚ କରିବା ସହ ସେମାନଙ୍କ ଗୋଦାମ ଯାଞ୍ଚ କରିବାର ଆବଶ୍ୟକତା ରହିଛି ।


Comments
Post a Comment