ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ, ପାଇକମାଳ ରେ ଛାତ୍ରୀ ମାନଙ୍କୁ " କେରିଅର କାଉନସିଲିଙ୍ଗ " ।
ପାଇକମାଲ- ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଶିଶୁ ସଭା ରେ ପାଇକମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପlଞ୍ଜଳି ମାଝୀ, ଏବଂ ପାଇକମାଳ ତହସିଲଦାର ପରକ୍ଷିତ ସାହୁ, ମୁଖ୍ୟ ଅଥିତି ଭାବେ ଓ ବ୍ଲକ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ସମ୍ମାନିତ ଅଥିତି ଭାବେ ଯୋଗ ଦେଇ ଥିଲେ l ଛାତ୍ରୀ ମାନେ ମୁଖ୍ୟ ଅଥିତି ଙ୍କୁ ପୁଷ୍ପ ତୋଡ଼ା ଏବଂ ଉପଢ଼ୋକନ ଦେଇ ସ୍ୱାଗତ କରିଥିଲେ lଦଶମ ଶ୍ରେଣୀ ର ଛାତ୍ରୀ ପ୍ରଜ୍ଞା ପରିମିତl ଦୀପ ସଭା ପରିଚାଳନା କରିଥିଲେ lବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡା ସଭାର ଉଦ୍ଦେଶ୍ୟ ଜ୍ଞlପନ କରିଥିଲେ l
ପିଲା ମାନେ ନିଜ ନିଜ "କେରିଅର " ତିଆରି କରିବା ପାଇଁ ପ୍ରଥମେ କଠିନ ପରିଶ୍ରମ କରି ଅଧ୍ୟୟନ କରିବା ଆବଶ୍ୟକ l ନିଜ କେରିଅର ତିଆରି କରିବା କୁ ହେଲେ ନିଜ ରୁଚି ଅନୁଯାଇ ଆଗକୁ ବଢିବାର ଅଛି l ନିଜ କେରିଅର ତିଆରି ପାଇଁ ମା, ବାପା, ପରିବେଶ କୁ ଦୋଷ ଦେବା କଥା ନୁହେଁ l ଆମ୍ଭେ ନିଜେ ନିଜ ଲକ୍ଷ ପଥରେ ଜିରୋ ରୁ ହିରୋ ହୋଇ ପlରିବା କଠିନ ଅଧ୍ୟବସାୟ ବଳ ରେ ବୋଲି ତହସିଲଦାର ଉଦ୍ଦବୋଧନ ଦେଇ ଥିଲେ l ବିଡ଼ିଓ ଉପାଞ୍ଜଳି ମାଝୀ ଛାତ୍ରୀ ମାନଙ୍କୁ ନିଜ ଜୀବନ ର ଲକ୍ଷ ପଚାରି ବୁଝିବା ସହିତ ଏହି ବିଦ୍ୟାଳୟ ର ଛାତ୍ରୀ ମାନେ ଯେପରି ଶୃଙ୍ଖଲିତ ଭାବରେ ଅଧ୍ୟବସାୟ କରୁଛନ୍ତି ନିଶ୍ଚୟ ନିଜ ନିଜ ଲକ୍ଷ ହାସଲ କରିବେ ବୋଲି ମୋର ଆତ୍ମ ବିଶ୍ୱାସ ଅଛି ବୋଲି କହିଥିଲେ l ପାଇକମାଳ ବିଡ଼ିଓ ଏବଂ ତହସିଲଦାର ଙ୍କ ବଦଳି କଥା ଜାଣି ପାରି ବିଦ୍ୟାଳୟ ର ଛାତ୍ରୀ / ସମସ୍ତ କର୍ମଚାରୀ ଭାବବିହୋଲ ହୋଇ ପଡ଼ିଥିଲେ l ନବମ ଶ୍ରେଣୀ ର ଛାତ୍ରୀ ଆର୍ଯ୍ୟl ପ୍ରଧାନ ଧନ୍ୟବାଦ ଅର୍ପଣ କରିବା ସହିତ ଏହି ପରି ପ୍ରଶାସନିକ ଅଧିକାରୀ ମାନେ ଆମ ଗହଣ ରେ ସଦାସର୍ବଦା ରହିବା ର ଆବଶ୍ୟକତା ଅଛି ବୋଲି ମତ ପ୍ରକାଶ କରିଥିଲେ l


Comments
Post a Comment