ଭିଡିଓ କନଫେରେସିଙ୍ଗ ମାଧ୍ୟମରେ ପଦ୍ମପୁର ନିର୍ବାଚନ ମଣ୍ଡଳୀକୁ ୪୮୮ କୋଟି ଟଙ୍କାର ପ୍ରକଳ୍ପ ର ଭେଟି ଦେବେ ମୁଖ୍ୟମନ୍ତ୍ରୀ ।


ପଦ୍ମପୁର - ଆଜି ଅପରାହ୍ନ ୪ଟା ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ନିର୍ବାଚନ ମଣ୍ଡଳୀ ରେ ଭିଡିଓ କନଫେରେସିଙ୍ଗ ମାଧ୍ୟମରେ ଯୋଗଦେବାର ର  କାର୍ଯ୍ୟକ୍ରମ ରହିଛି । ପଦ୍ମପୁର ସହରର ରାଜବୋଡ଼ାସମ୍ବର ହାଇସ୍କୁଳ ଖେଳ ପଡିଆ ଠାରେ ଅନଷ୍ଠିତ ହେବାକୁଥିବା ଏହି କାର୍ଯ୍ୟକ୍ରମ ପାଇ ବ୍ୟପକ ବ୍ୟବସ୍ଥା ସହ କଡାସୁରକ୍ଷା କରାଯାଇଛି । ମାନ୍ୟବର ମୁଖମନ୍ତ୍ରୀ ଏହି ଭିଡିଓ କନଫେରେସିଙ୍ଗ ମାଧ୍ୟମରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ତିନି ଗୋଟି ବ୍ଲକ ରାଜବୋଡ଼ାସମ୍ବର , ପାଇକମାଲ, ଝାରବନ୍ଧ ଏବଂ ପଦ୍ମପୁର ଏ.ଏନ୍‌.ସି ର ବିକାଶ ପାଇ ୧୨୯ ଗୋଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟସ କରିବା ସହ ପଦ୍ମପୁର ଜନସାଧାରଣଙ୍କୁ ଉଦବୋଧନ କରିବାର ର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ରେ ପଦ୍ମପୁର ଅଂଚଳର ଦଶ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି ।ପଦ୍ମପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣ ବିଭିନ୍ନ ସମୟରେ ନିଜର ଦାବୀ ଉପସ୍ଥାପନା କରିଛନ୍ତି । ସେମାନେ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଘୋଷଣା , ପାଇକମାଲକୁ ଏନଏସି ଘୋଷଣା, ପାଇକମାଲ ଡାକ୍ତରଖାନାକୁ ସିଏଚସି ଘୋଷଣା ତଥା ଲଖମରାକୁ ବ୍ଲକ ଘୋଷଣା ପାଇଁ ଦାବୀ କରି ଆସୁଛନ୍ତି । ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ କେଉଁ ସବୁ ପ୍ରକଳ୍ପକୁ ଉଦଘାଟନ କରୁଛନ୍ତି ଓ କେଉଁ ସବୁ ନୂତନ ପ୍ରକଳ୍ପର ଭେଟି ଦେଉଛନ୍ତି ତତ୍ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଉଦବୋଧନ ରେ ପଦ୍ମପୁର ଜସାଧାରଣଙ୍କ ପାଇ କଣ ବାର୍ତା ଦେଉଛନ୍ତି     ତାହା ଜାଣିବା ପାଇଁ ଲୋକଙ୍କ ମନରେ ବେଶ ଉତ୍କଣ୍ଠା ରହିଛି ।

Comments