ଭଡାରେ ଲାଗିଛି ବିଜୁ ଏକ୍ସପ୍ରେସ ଓ୍ବେ !

ପଦ୍ମପୁର- ଲୋକଙ୍କ ଗମନାଗମନ ସୁବିଧା ପାଇଁ   ଓଡ଼ିଶା ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜୁ ଏକ୍ସପ୍ରେସ ଓ୍ବେ ନିର୍ମାଣ କରାଯାଇଛି । ହେଲେ ପଦ୍ମପୁର ସହରରେ ବିଜୁ ଏକ୍ସପ୍ରେସ ଓ୍ବେ ଭଡାରେ ଲାଗିଥିବା ଭଲି ଦୄଶ୍ୟ ସାମନାକୁ ଆସିଛି । ପଦ୍ମପୁର ସହରର ଭେଉଁରିଆ ଛକ ପଟୁ କଲେଜ ରୋଡ ଯିବା ବାଟରେ ଗୋଟିଏ ଜ୍ବେଲେରୀ ଦୋକାନ ସାମନାରେ ଗୋଟିଏ ଟେଣ୍ଟ କରାଯାଇଥିବା ଦେଖିବାକୁ ମିଲିଛି । ତେବେ ବିଜୁ ଏକ୍ସପ୍ରେସ ଓ୍ବେ କୁ କିଏ ଭଡାରେ ଦେଲା ତାହା ପ୍ରଶ୍ନବାଚୀ । ବିଜୁ ଏକ୍ସପ୍ରେସ ଓ୍ବେ ର ତିଆରି ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ପୂର୍ତ ବିଭାଗ ପାଖରେ ଥିବା ବେଳେ ପଦ୍ମପୁର ସହରର ର ରକ୍ଷଣାବେକ୍ଷଣ ଦାୟିତ୍ୱ ଏନଏସି ପାଖରେ ରହିଛି । ତେବେ ଏହି ବିଜୁ ଏକ୍ସପ୍ରେସ ଓ୍ବେ ପୂର୍ତ୍ତ ବିଭାଗ ଭଡାରେ ଦେଇଛି ନାଁ ଏନଏସି ଭଡାରେ ଦେଇଛି ତାହା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । 

Comments