ସରକାରଙ୍କ ନିୟମକୁ ଫୁ କରୁଛନ୍ତି ସରକାରୀ ବାବୁ !!

ପଦ୍ମପୁର- ଗୋଟିଏ ପଟେ ଆଜି ସୂର୍ଯପରାଗ ହେତୁ ସରକାରୀ ଛୁଟି ଘୋଷଣା ହୋଇଥିବା ବେଳେ ଅନ୍ୟ ପଟେ ବରଗଡ ପଂଚାୟତିରାଜ ଏବଂ ଜଳସଂପଦ ବିଭାଗର ଅଧ୍ୟକ୍ଷ ଆଦିତ୍ୟ ଗୋଏଲ ଆଜି ପଦ୍ମପୁର  ବ୍ଲକ ଆସି ବ୍ଲକ ର ସମସ୍ତ କର୍ମାଚାରୀଙ୍କୁ ଡାକି ମିଟିଙ୍ଗ ରଖିଥିଲେ । ଉପର ଅଧିକାରୀଙ୍କର ଆଦେଶ ହୋଇଥିବାରୁ ବାଧ୍ୟ ହୋଇ ଛୁଟି ଦିନରେ ବ୍ଲକ କର୍ମଚାରୀ ମିଟିଙ୍ଗ କୁ ଆସିଥିଲେ । ସୂର୍ଯପରାଗ କୁ ମହତ୍ୱ ଦେଇ ସରକାର ଛୁଟି ଘୋଷଣା କରିଛନ୍ତି ହେଲେ ଏହି ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ହଠାତ କଣ ଏତେ ଯରୁରୀ ପଡିଲା କି ଛୁଟିଦିନ ସମସ୍ତ କର୍ମଚାରୀଙ୍କୁ ଡାକି ମିଟିଙ୍ଗ ରଖିଥିଲେ ଏହା ବର୍ତମାନ ପ୍ରଶ୍ନ ବାଚୀ ସୃୃଷ୍ଟି କରିଛି । ଯାହା ସୂଚନା ମିଳୁଛି ପଦ୍ମପୁର ବ୍ଲକ ଗସ୍ତ ପରେ ଅଫିସର ଜଣକ ପାଇକମାଲ ଏବଂ ଝାରବନ୍ଧ ବ୍ଲକ ଜିବାର ଯୋଜନା କରିଛନ୍ତି । ଦୀପାବଳୀ ପରେ ପରେ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କର ଏପରି ଅଚାନକ ଭାବରେ ତିନୋଟି ବ୍ଲକ କୁ ଗୋଟିଏ ଦିନରେ ପହଂଚିବା ନେଂଇ ସନ୍ଦେହ  ଭାବ ସୃଷ୍ଟି କରୁଛି । ଅଧିକାରୀ ଜଣଙ୍କୁ ଛୁଟିଦିନରେ କିପରି ଆଜି ଆସିଥିଲେ ପଚାରିବାରୁ ସେ ମୁଁ ନୂଆ ଭାବରେ ଯେଗଦାନ କରିଛି ସେଥିପାଇଁ  ଭିଜିଟ କରି ଆସିଛି ବୋଲି କହିଥିଲେ ଏବଂ ଏହା ଟୁର ଡାଏରିରେ ଲେଖା ଆଛି ବୋଲି ପ୍ରଶ୍ନ କରିବାରୁ ସେ ସ୍ପଷ୍ଟ ଉତର ଦେଇ ପାରି ନଥିଲେ । ଛୁଟି ଦିନରେ କର୍ମଚାରୀ ମାନେ ଯେଉଁ ହଇରାଣ ହୋଇଛନ୍ତି ତାହା ପଚରା ଜିବାରୁ ମୁଁ ତ ୨୪ ଘଣ୍ଟା କାମ କରୁଛି ବୋଲି ଉତର ଦେଇଥିଲେ । ଅଧିକାରୀଙ୍କ ଏପରି ଗ୍ରସ୍ତ ବ୍ଲକ କର୍ମଚାରୀ ମାନଙ୍କୁ ଛୁଟିଦିନରେ ମଧ୍ୟ କାର୍ଯ୍ୟ କରିବାକୁ ବାଧ୍ୟ କରୁଛି।

Comments

Post a Comment