ପଦ୍ମପୁର ବିଧାୟକଙ୍କ ବିୟୋଗରେ ଶୋକସଭା ।
ପଦ୍ମପୁର -ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ବିଲାସପୁର ପଞ୍ଚାୟତ ଅନ୍ତର୍ଗତ ଇସ୍କିନ୍ଦା ଠାରେ ଆଜି ପଦ୍ମପୁର ବିଧାୟକ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ଅମର ଆତ୍ମାର ଶାନ୍ତି ପାଇଁ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ସ୍ବର୍ଗତ ବରିହାଙ୍କ ଫୋଟୋଚିତ୍ରରେ ମଲ୍ୟାର୍ପଣ କରାଯିବା ସହ ଉପସ୍ଥିତ ଅତିଥିମାନେ ତାଙ୍କ ସ୍ମୃତି ଚାରଣ କରିଥିଲେ । ଉକ୍ତ ସଭାରେ ବିଳାସପୁର ପଞ୍ଚାୟତ ବିଜୁ ଜନତାଦଳ ସଭାପତି ଅଇତରାମ ବରିହା, ବରିଷ୍ଠ ବିଜେଡ଼ି ନେତା ହୃଶୀକେଶ ବରିହା,ଆଶାରାମ ବରିହା,ଜେହେରୁ ବରିହା,ହାରାଧନ ବରିହା ଏବଂ ବହୁତ କର୍ମି ଉପସ୍ଥିତ ଥିଲେ ।


Comments
Post a Comment