ଜାମସେଠ କାଳୀପୂଜା ସମ୍ପନ୍ନ: ଲୋକଙ୍କ ମନ ମୋହିଲା ରାମଲୀଳା ।

ପାଇକମାଲ- ପାଇକମାଳ ବ୍ଳକ ଜାମସେଠ ଗ୍ରାମରେ ତିନିଦିନ ଧରି ଚାଲିଥିବା ଶ୍ୟାମାକାଳୀ ପୂଜା ରୀତିନୀତି ପରମ୍ପରାରେ ସମ୍ପନ୍ନ ହୋଇଯାଇଛି । ସୋମବାର ପୂଜା ଆରମ୍ଭ ହୋଇ ବୁଧବାର ମାଙ୍କ ଦେବୀ ପୂଜା ସମ୍ପନ୍ନ ହୋଇଛି । ପୂଜା କର୍ତ୍ତା ଭାବେ ଗଙ୍ଗେଶ୍ବର ନେଉରା ଓ ଗୌରୀ ନେଉରା ଥିବା ବେଳେ ପୂଜକ ଗୋବର୍ଦ୍ଧନ ଦାସ ପୂଜା କରିଥିଲେ। ଅପରାହ୍ନରେ ଜାମସେଠ ଗୀତିନାଟ୍ୟ କଳା ପରିଷଦ ତରଫରୁ ନାଟ୍ୟକାର ନରୋତ୍ତମ ମାଝୀ ନିର୍ଦ୍ଦେଶନାରେ ରାମଲୀଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ରାଜା ରାବଣ ନିଜ ସୈନ୍ୟ ସାମନ୍ତ,ଅସୁର, ରାକ୍ଷସଙ୍କ ସହିତ ବଜାଗଜା ଘଣ୍ଟବାଦ୍ୟ, ଆଦିବାସୀ ନାଚଗୀତରେ ତାଳେ ତାଳେ ନଗର ପରିକ୍ରମା କରି ପ୍ରଜାଙ୍କ ସୁଖଦୁଃଖ ବୁଝୁଥିଲେ । ରାମ ସେନା ମାଁ କାଳୀ ମଣ୍ଡପକୁ ଯାଇ ମାଙ୍କୁ ଦର୍ଶନ କରି ରାବଣ ବଧ କରିବାକୁ ବାହାରିଥିଲେ। ରାବଣ ଭୂମିକାରେ ସୁରେନ୍ଦ୍ର ପାତ୍ର, ରାମ ରୋହିତ ପଶାୟତ, ଲକ୍ଷ୍ମଣ ରୋହିତ ରଣା,ସୀତ ମନିଶ ନେଉରା,ଭୀବିଷଣ ସୁରେଶ ରଣା, ସେନାପତି କୈଳାସ ହଂସ, ବ୍ରାହ୍ମା ଗଣ୍ଡାରାମ କଲାରୀ , ହନୁମାନ ମଦନ ଭୋଇ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଦରବାରରେ ପୂଜା କମିଟି ସଭାପତି ଆର୍ତ୍ତତ୍ରାଣ ସାହୁ, ସମ୍ପାଦକ ନାରାୟଣ ପ୍ରଧାନ, କୋଷାଧ୍ୟକ୍ଷ ଅମିୟ ରଣା , ଉପଦେଷ୍ଟା ଶତ୍ରୁଘ୍ନ ସାହୁ, ନଟବର ପ୍ରଧାନ, ଅକ୍ଷୟ ପ୍ରଧାନ, ପ୍ରମୋଦ ରାଏ, ହେମନ୍ତ ପ୍ରଧାନ, ସୁରେଶ ରଣା, ଗଙ୍ଗାଧର ରଣା, ଯଶୋବନ୍ତ ପ୍ରଧାନ, ପ୍ରଦୀପ ହଂସ ଓ ରମାକାନ୍ତ ପ୍ରଧାନ କମିଟି ପରିଚାଳନା ଦାୟିତ୍ବରେ ଥିଲେ।
କାର୍ଯ୍ୟକ୍ରମ ପରିଚାଳନାରେ ନରୋତ୍ତମ ମାଝୀ, ପ୍ରସନ୍ନ ରଣା, ଭାଗିରଥି ମାଝୀ, ପଙ୍କଜ ବାଗ, ଜିତୁନ ପଟ୍ଟନାୟକ,ମଦନ ଭୋଇ,ରବି ରଣା, ଉମେଶ ରଣା, ନେତ୍ର ରଣା, କୈଳାସ ହଂସ, ସୁନୀଲ ରଣା,ଶରତ ତାଣ୍ଡି ,ଚୁଲେଶ୍ବର ପଟେଲ , ପ୍ରତାପ ସାହୁ ପ୍ରମୁଖ ସହଯୋଗ କରିଥିଲେ।
ଅନ୍ତିମ ଦିନ ହୋଇଥିବାରୁ ସନ୍ଧ୍ୟାରେ ମା'ଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁମାନେ ସମାଗମ ହୋଇଥିଲେ। ରାତ୍ରୀରେ କାଳୀଙ୍କ ପୂଜାକାର୍ଯ୍ୟ ସମ୍ପନ୍ନ ପରେ ବିସର୍ଜନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମରେ କ୍ଳବ କର୍ମକର୍ତ୍ତା ଓ ଗ୍ରାମବାସୀ ସହଯୋଗ କରିଥିଲେ।
(ରିପୋର୍ଟ-କୁଞ୍ଜ ସାହୁ)

Comments