ମାଁ ଆଇମଲିଏନ ପ୍ରଥମ ଏକଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ।
ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍ ଅନ୍ତର୍ଗତ ଆଇମାଲ ଗ୍ରାମରେ ମାଁ ଆଇମଲିଏନ ପ୍ରଥମ ଏକଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୨ ମାଁ ଆଇମଲିଏନ ଫୁଟବଲ୍ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଠଟି ଦଳକୁ ନେଇ ହୋଇଥିବା ଏହି ଫୁଟବଲ୍ ପ୍ରତିଯୋଗିତା ର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଶ୍ରୀ ମନୋଜ ପ୍ରଧାନ ଓ ପୂର୍ବତନ ଜିଲ୍ଲପରିଷଦ ସଦସ୍ୟ ତଥା ଗ୍ରାମର ଗୌନ୍ତିଆ ଶ୍ରୀ ସୁଦାମ ସାହୁ ଯୋଗ ଦେଇଥିଲେ । ଖରମୁଣ୍ଡl , ଡୁଙ୍ଗୁରିପାଲି, ଖଇରମାଲ , ରୋଥ୍, କାନାପାଲି , ଜାଳପାଲି , ଦଶମାଇଲ ଓ ବଲାଙ୍ଗିର ଦଳ କୁ ନେଇ ହୋଇଥିବା ଫାଇନାଲ ଖେଳରେ କାନାପାଲି କୁ ହରାଇ ବଲାଙ୍ଗିର ଦଳ ଏହି ପ୍ରତିଯୋଗିତାର ଶ୍ରେଷ୍ଠ ଦଳ ବିବେଚିତ ହୋଇଥିଲା ।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ତଥା ଯୁବନେତା ସୁବ୍ରତ ସିଂ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କାର ବିତରଣ କରିଥିଲେ । ପ୍ରଶାନ୍ତ ପାତ୍ର , ନିମାଇ ଚରଣ ପ୍ରଧାନ, ପ୍ରେମ୍ରାଜ୍ ବରିହା , ସଦାନନ୍ଦ ନାଇକ୍ , ସର୍ଜନ ପ୍ରଧାନ , ମହଜନ ବିଶି , ସତ୍ୟ ବିଶି , ସଞ୍ଜୟ ପାତ୍ର ଓ ମାଁ ଆଇମାଲିଏନ ଫୁଟବଲ୍ ସଂଘ ର କର୍ମକର୍ତ୍ତା ବୃନ୍ଦ ସହଯୋଗ କରିଥିଲେ ।


Comments
Post a Comment