ବିଜୟ ବାବୁ ଙ୍କ ବିୟୋଗ ରେ ଶୋକସଭା ।


ପଦ୍ମପୁର -ଭୂତପୂର୍ବ ଲାଟ ସଭାପତି,ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ପଦ୍ମପୁର ର ବିଧାୟକ ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କ ଅମର ଆତ୍ମାର ସତଗତି  ନିମନ୍ତେ ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରୀବାସୀ ବିଂଝାଲ ସମାଜ ରାଜବୋଡାସମ୍ବର ତରଫରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।ଅନୁଷ୍ଠିତ ଶୋକ ସଭାରେ ଲାଟସଭାପତି ଶ୍ରୀମାନ ହୃଷିକେଶ ବରିହା,ସାଧାରଣ ସମ୍ପାଦକ ଆଶାରାମ ବରିହା,ରାଜବୋଡାସମ୍ବର ବ୍ଳକ ଅଧ୍ୟକ୍ଷ ରଣଜିତ ସିଂ ବରିହା,ପୂର୍ବତନ ସାଧାରଣ ସମ୍ପାଦକ ଦ୍ରୋଣ କନ୍ଧ,ରାଜବୋଡାସମ୍ବର ଜୋନ ସଭାପତି ପ୍ରେମାନନ୍ଦ ବରିହା,ଶ୍ୟାମ ବରିହା,ତୁଳାରାମ ଲୁହାର,ଏନଏସି ସଭାପତି କରୁଣାକର ବରିହା,ସନ୍ତୋଷ ବରିହା,ନବକିଶୋର ବରିହା,ଅଭୟ ସିଂ ବରିହା,କହ୍ନେଇ ବରିହା ଙ୍କ ସମେତ ସମୁଦାୟ ୨୨ ଗୋଟି ପଞ୍ଚାୟତ ର ସଭାପତି ଓ ସମାଜ ଭାଇମାନେ ଶୋକ ସଭାରେ ୨ ମିନିଟ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

Comments