ଖଣ୍ତାଧୁଆରୁ ଦୁର୍ଗାପୂଜାର ଶୁଭାରମ୍ଭ I


ଦ୍ମପୁର -ପ୍ରସିଦ୍ଧ ପଦ୍ମପୁର ଦୁର୍ଗାପୂଜାର କିଛି ସ୍ବତନ୍ତ୍ରତା ରହିଛି।ରାଜବାଟୀ ପରିସରରେ ପୂଜା ପାଉଥିବା ମାଁ ପାଟଣେଶ୍ବରୀଙ୍କ ପାଟଖଣ୍ତା ପୂଜାର୍ଚ୍ଚନା କାର୍ଯ୍ୟକ୍ରମରୁ ଦୁର୍ଗା ପୂଜାରମ୍ଭ ହୋଇଥାଏ।ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ପାଟଖଣ୍ତାକୁ ପାରମ୍ପାରିକ ବାଦ୍ୟରେ ନଦୀକୁ ନିଆଯାଇଥାଏ।ଶୁଦ୍ଧପୂତରେ ପବିତ୍ର ନଦୀ ଜଳରେ ଧୋଇ ପୁଣି ରାଜବାଟୀ ଶାରଦୀୟ ଦୁର୍ଗାପୂଜା ମଣ୍ତପରେ ସ୍ଥାନିତ କରାଯାଇଥାଏ।ପାଟଖଣ୍ତା ନିମନ୍ତ୍ରଣ ପରେ ଦୁର୍ଗାପୂଜା କରାଯାଇଥାଏ। ପ୍ରଥମ ଦିନରୁ ଭକ୍ତମାନଙ୍କ ମନରେ ମାଁ' ପ୍ରତି ସ୍ବତଃ ଭକ୍ତି ପ୍ରତୀୟମାନ ହୁଏ।




Comments