ଫସଲ ବୀମା ପାଇଁ ଏକତ୍ରୀତ ହୋଇଛନ୍ତି ଦଶ ହଜାରରୁ ଅଧିକ ଚାଷୀ ।


ପଦ୍ମପୁର-ଏକାଠି ହୋଇଛନ୍ତି ଦଶ ହଜାରରୁ ଅଧିକ ଚାଷୀ । ଫସଲ ବୀମା ପ୍ରଦାନରେ ଟାଲଟୁଲ ନିତି ତଥା ଚାଷୀ ଙ୍କୁ ହଇରାଣ କରୁଥିବା କାରଣରୁ ଆଜି ସରକାରଙ୍କ ନିୟମ ଓ ବିମା କମ୍ପାନୀର ମନମୁଖୀ ନିୟମ ବିରୋଧରେ ମେଳି ବାନ୍ଧିଛନ୍ତି ଦଶହଜାରରୁ ଅଧିକ ଚାଷୀ । ରାଜବୋଡ଼ାସମ୍ବର କୃଷକ ସଂଗଠନ ପକ୍ଷରୁ ପଦ୍ମପୁର ରେ ବିଶାଲ ଚାଷୀ ସମାବେଶ , ସମାବେଶ ରେ ସାମିଳ ହେଲ ହଜାର ହଜାର ଚାଷୀ । ପଦ୍ମପୁର ଗୋରୁ ବଜାରରୁ ବାହରିଲା ଚାଷୀଙ୍କ ବିଶାଳ ରାଲି, ଚାଷୀଙ୍କ ରାଲିରେ ସାମିଲ ହେଲେ ଶହଶହ କଲାକାର ,ଦୁଲୁଦୁଲି ବାଜା ,ଘଂଟ ବାଦ୍ୟ ,ଝାଂଜ , କୃଷ୍ଣଗୁରୁ ,ସଂକୀର୍ତନ ବାଦ୍ୟରେ ଦୁଲୁକିଲା ପଦ୍ମପୁର ସହର ,ଜମିକୁ ଜଲସେଚନ ,ବୀମା ଓ ଇନପୁଟ ସହାୟତା ପ୍ରଦାନ ,ବିଦ୍ୟୁତ ବିଲ ଓ କୃଷି ରୁଣ ସମ୍ପୁର୍ଣ ଛାଡ଼ ,ଆଦର୍ଶ ମଣ୍ଡି ଖୋଲି ବିନା କଟନି ଛଟନି ରେ ଧାନ କିଣାବିକା କରାଯିବା ,ଶୀତଳ ଭଣ୍ଡାର ପ୍ରତିଷ୍ଠା , ପଦ୍ମପୁର ଉପଖଣ୍ଡକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଆଦି୧୨ ଦଫା ଦାବି ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବ ଚାଷୀ ସଂଗଠନ । ସମାବେଶରେ ପଶ୍ଚିମ ଓଡିଶାର ଦଶ ଗୋଟି ଜିଲ୍ଲାର ଚାଷୀ ସଂଗଠକ ମନେ ଯୋଗ ଦେଇଛନ୍ତି । ପଦ୍ମପୁର ଉପଖଣ୍ଡ ଚିର ମରୁଡି ପ୍ରପିଡିତ ଅଂଚଳ । ଏଠାକାର ଚାଷୀ ବର୍ଷାଜଳ ଉପରେ ଭରସା କରି ଚାଷ କରିଥାନ୍ତି । ହେଲେ ୨୦୨୧ ମସିହାରେ ବର୍ଷା କାରଣରୁ ଫସଲ ନଷ୍ଠ ହେଲା ଏବଂ ଲୋକେ କ୍ଷତିଗ୍ରସ୍ଥ ହେଲେ । ଚାଷୀମାନେ ସରକାରଙ୍କ ନିୟମ ଅନୁସାରେ ପ୍ରଧାନମନ୍ତ୍ରୀ ଫସଲବୀମା ପାଇଁ ଯୋଜନାରେ ପ୍ରିମିୟମ ପଇଠ କରିଥିଲେ ହେଲେ ବୀମା କମ୍ପାନୀ ବିଭିନ୍ନ ଆଳ ଦେଖାଇ ଚାଷୀଙ୍କୁ କ୍ଷତି ପୁରଣ ଦେଉନାହିଁ । ଏହା ସହ ଚାଷୀ ମାନେ ବିଭିନ୍ନ ସମୟରେ ପ୍ରଶାସନିକ ଅଧିକାରୀ ଓ ବୀମାକମ୍ପାନୀକୁ ଲିଖିତ ଭାବରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନଥିଲା । ଏହାର ପ୍ରତିବାଦରେ ଆଜି ଦଶ ହଜାରରୁ ଅଧିକ ଚାଷୀ ପଦ୍ମପୁର ସହରର ଗୋରୁ ବଜାର ଠାରେ ମେଲିବାନ୍ଧିଛନ୍ତି ।

Comments