ପଦ୍ମପୁର କୁ ଜିଲ୍ଲା ଘୋଷଣା ପାଇଁ ତେଜୁଛି ଆନ୍ଦୋଳନ, ୪୮ ଘଣ୍ଟା ପାଇଁ ପଦ୍ମପୁର ବନ୍ଦ ।
ପଦ୍ମପୁର- ପଦ୍ମପୁର ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବିରେ ପୁଣି ତେଜୁଛି ଆନ୍ଦୋଳନ l ବିଭିନ୍ନ ସାଂଗଠନିକ ସମର୍ଥନ ରେ ପଦ୍ମପୁର ନାଗରିକ କମିଟି ର ଆହ୍ୱାନ କ୍ରମେ 48 ଘଣ୍ଟା ପାଇଁ ଦିଆଯାଇଛି ପଦ୍ମପୁର ବନ୍ଦ ଡାକରା l ବନ୍ଦ କୁ ସମର୍ଥନ ଜଣାଇ ଆଜି ସକାଳୁ ସମସ୍ତ ଦୋକାନ ସରକାରୀ ବେସରକାରୀ ବ୍ୟସାୟିକ ଅନୁଷ୍ଠାନ ସ୍କୁଲ କଲେଜ କାର୍ଯ୍ୟାଳୟ ଆଦିକୁ ବନ୍ଦ କରିଛନ୍ତି ଅଞ୍ଚଳବାସୀ l ତେବେ ଗତ 1993 ମସିହା ଜିଲ୍ଲା ଗଠନ ସମୟରେ ଭୌଗୋଳିକ ସ୍ଥିତି ଓ ଅବସ୍ଥିତି ଯୋଗୁଁ ପଦ୍ମପୁର କୁ ଜିଲ୍ଲା ଘୋଷଣା ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ପରେ କିନ୍ତୁ ପଦ୍ମପୁର କୁ ବାଦ ଦେଇ ନୂଆପଡ଼ା କୁ ନୁତନ ଜିଲ୍ଲା ଘୋଷଣା କରାଯାଇଥିବା ବେଳେ ପଦ୍ମପୁର କୁ ବରଗଡ଼ ଜିଲା ଅନ୍ତର୍ଭୁକ୍ତ କରାଯାଇଥିଲା l ତେବେ ଗତ 2019 ରେ ମଧ୍ଯ ଏହି ଦାବି ଉପସ୍ଥାପନ ବହୁ ତୀବ୍ର ରୂପ ନେବ ସହ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କଥା ଅନୁଯାୟୀ ଆନ୍ଦୋଳନ କୁ ସ୍ଥଗିତ ରଖିଥିଲେ ଲୋକେ l ତେବେ କୌଣସି ପ୍ରତିକ୍ରିୟା ପ୍ରକାଶ ନହେବାରୁ ଅଞ୍ଛଲ ର ବିକାଶ ପାଇଁ ବହୁ ଦିନ ରୁ ଅଂଚଳ ବସି ଜିଲ୍ଲା ମାନ୍ୟତା ପାଇଁ ଦାବି କରି ଆସୁଥିବା ବେଳେ ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ 6 ଟି ବ୍ଲକ ଯଥା ଝାରବନ୍ଧ, ପାଇକମାଲ, ରାଜବୋଡ଼ାସମ୍ବର, ଗାଇସିଲଟ, ବିଜେପୁର, ସୋହେଲା ଅଂଚଳର ଶିକ୍ଷ୍ୟା ସ୍ୱାସ୍ଥ୍ୟ କାର୍ଯ୍ୟାଳୟ କର୍ମଚାରୀ ନିଯୁକ୍ତି ଟୁରିଜିମ୍ ର ବିକାଶ ଆଦି ଦାବି ନେଇ ଆଗକୁ ଆସୁଥିବ ଉପନିର୍ବାଚନ ପୂର୍ବରୁ ପୁଣି ମୁଖ୍ୟମନ୍ତ୍ରୀ ଙ୍କୁ ନିଜ ହକ୍ ପାଇଁ ଦାବି କରିଛନ୍ତି ଉପଖଣ୍ଡ ବାସି l


Comments
Post a Comment