ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା - - - - -
୧୯୬୯ ମସିହାରେ ସବଡିଭିଜନ ରୂପେ ମାନ୍ଯତା ପାଇଥିବା ପଦ୍ମପୁର ହେଉଛି ଓଡିଶା ରାଜ୍ୟର ସବୁଠୁ ବଡ ସବଡିଭିଜନ l ଏହାର ସର୍ବାଧିକ ଜନସଂଖ୍ୟା ତଫସିଲଭୁକ୍ତ ଜାତି, ଜନଜାତି, ଓ ପଛୁଆବର୍ଗ ଦ୍ଵାରା ଅଧ୍ଯୁଷିତ l ଛତିଶଗଡ଼ ରାଜ୍ୟ କୁ ଲାଗି ଥିବା ଏହାର ସୀମା, ଜିଲ୍ଲା ସଦରମହକୁମା ଠାରୁ ୧୪୦ କିଲୋମିଟର ଦୂରରେ ଅବସ୍ଥିତ। ମରୁଡି ଏ ଅଂଚଳର ଚିର ସାଥୀ । ଏହା ସହିତ ପଦ୍ମପୁର ସବଡିଭିଜନ ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ, ଜଳସେଚନ ଆଦିରେ ପଛୁଆ। ପ୍ରସ୍ତାବିତ ଏହି ଜିଲ୍ଲାର ଭୌଗୋଳିକ ଅବସ୍ଥିତି ହେଉଛି ବରଗଡ଼ ଜିଲ୍ଲାର ଦଶମାଇଲ ଛକ ଠାରୁ ନୂଆପଡ଼ା ଜିଲ୍ଲାର ସାଇପଲା ପର୍ଯ୍ୟନ୍ତ ଓ ଗାଇସିଲାଟ ବ୍ଲକ୍ ଜଗଲପାଟ ଗାଁ ଠାରୁ ଛତିଶଗଡ଼ ସୀମା ରେଖା ପର୍ଯ୍ୟନ୍ତ। ଏହି ଉପଖଣ୍ଡରେ ୬ ଗୋଟି ବ୍ଲକ୍ ରହିଛି ସେ ଗୁଡିକ ହେଲା ପଦ୍ମପୁର, ପାଇକମାଲ୍, ଝାରବନ୍ଧ, ଗାଇସିଲଟ, ବିଜେପୁର ଓ ସୋହେଲା। ସେହି ପରି ୯ ଟି ଥାନା ୧୮ ଟି ରାଜସ୍ବ ନିରୀକ୍ଷକ ସର୍କଲ ୧୨୮ ଟି ଗ୍ରାମ ପଞ୍ଚାୟତ ଓ ୭୦୪ ଟି ଗ୍ରାମ ରହିଛି। ପଦ୍ମପୁର ଓ ବିଜେପୁର ୨ଟି ଏନ୍ ଏ ସି ରହିଛି। ୨୦୧୩ ମସିହା ଜନଗଣନା ଅନୁଯାୟୀ ଏହି ଉପଖଣ୍ଡ ର ଜନସଂଖ୍ୟା ହେଉଛି ୬ଲକ୍ଷ ୭୦ ହଜାର ୬୭୦ । ସେମାନଙ୍କ ମଧ୍ୟରୁ ହରିଜନ ଓ ଆଦିବାସୀ ସଂପ୍ରଦାୟ ଙ୍କ ହେଉଛି ୨ ଲକ୍ଷ ୬୬ ହଜାର ୭୫୧।
ଦେବାଶିଷ ପଟ୍ଟନାୟକ
ପଦ୍ମପୁର


Comments
Post a Comment