ସ୍ୱାଧୀନ ପ୍ରାର୍ଥୀନୀ ଭାବରେ ନାମାଙ୍କନ ଦାଖଲ କରିଥିବା ରେବତୀ ଗିରିଙ୍କ ବିଜେପିରେ ଯୋଗଦାନ ।
ପଦ୍ମପୁର- ପଦ୍ମପୁର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀନୀ ହୋଇଥିବା ରେବତୀ ଗିରି ଆଜି ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ପଦ୍ମପୁରରେ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି ଓ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିଛନ୍ତି । ରେବତୀ ଗିରି ପଦ୍ମପୁର ରାଜନୀତିରେ ଏକ ପରିଚିତ ଚେହେରା । ସେ ଆଗରୁ ଜିଲ୍ଲା ପରିଷଦ ସଦସ୍ୟ ଥିଲେ । ସେ ଭାରତୀୟ ଜନତାପାର୍ଟିର ବିଚାରକୁ ଭଲ ପାଆନ୍ତି ଓ ପଦ୍ମପୁରରେ ବିଜେପି ଜିତିବା ସ୍ପଷ୍ଟ ବୋଲି ନିଜର ପ୍ରତିକ୍ରିୟାରେ କହିଛନ୍ତି ।ଏହି ମିଶ୍ରଣ ପର୍ବ ଅବସରରେ ବିଧାୟକ ମୁକେଶ ମହାଲିଙ୍ଗ, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ଚିନ୍ମୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।


Comments
Post a Comment