ଅଞ୍ଚଳ ମହାବିଦ୍ୟାଳୟ ରେ ସ୍ବାଗତ ସମ୍ବର୍ଦ୍ଧନା ।
ପଦ୍ମପୁର: ଅଞ୍ଚଳ ମହାବିଦ୍ୟାଳୟ ର ଶିକ୍ଷା ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅଧ୍ୟକ୍ଷ ଡ: ଲଲିତେନ୍ଦୁ ନାୟକଙ୍କ ସଭାପତିତ୍ଵରେ ନୂତନ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଥିଲା। ଏହି ଅବସର ରେ ଡକ୍ଟର ନାୟକ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରି ସର୍ବଦା ନୈତିକତା ପଥରେ ଆଗେଇ ଯିବାକୁ ପରାମର୍ଶ ଦେଇଥିଲେ। ବିଭାଗୀୟ ମୁଖ୍ୟ ଡକ୍ଟର ତୁଷାରକାନ୍ତ ସାହୁ ଶିକ୍ଷାର୍ଥୀ ମାନଙ୍କୁ ସ୍ବାଗତ ଜଣେଇ ଯୁକ୍ତ ତିନି ଶିକ୍ଷା ଶାସ୍ତ୍ର ର ପାଠ୍ୟକ୍ରମ ବିଷୟରେ ସଂକ୍ଷିପ୍ତ ଟିପ୍ପଣୀ ଦେଇ ଶିକ୍ଷାର୍ଥୀ ମାନଙ୍କୁ ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ମାର୍ଗ ଦେଖେଇଥିଲେ। ବିଭାଗୀୟ ଅଧ୍ୟାପକ ଡକ୍ଟର ଭେଙ୍କଟେଶ୍ୱର ମେହେର ଶିକ୍ଷାର୍ଥୀ ମାନଙ୍କୁ ସ୍ବାଗତ ଜଣେଇ ଜ୍ଞାନ ଆହରଣ ସହ ଜ୍ଞାନ ର ପ୍ରୟୋଗ ବିଷୟରେ ଆଲୋକପାତ କରିଥିଲେ। ବିଭାଗୀୟ ଅଧ୍ୟାପିକା ସସ୍ମିତା ମେହେର ଶିକ୍ଷାର୍ଥୀ ମାନଙ୍କୁ ସ୍ବାଗତ ଜଣେଇ ସେମାନଙ୍କ ଶୃଙ୍ଖଳା ଏବଂ ସମୟ ର ସଠିକ୍ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ଶେଷରେ, ଯୁକ୍ତ ତିନି ର ଛାତ୍ରୀ ରଶ୍ମି ରଣା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯକ୍ରମଟି ଦିପ୍ତିମୟୀ ଗୁରୁ ଙ୍କ ଦ୍ଵାରା ସଂଯୋଜିତ ହୋଇଥିଲା। ଏଥିରେ ଶିକ୍ଷା ବିଭାଗର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।


Comments
Post a Comment