ବିଜ୍ଞାନ ଶିକ୍ଷକ ଦୟାନିଧି ଦାଶଙ୍କ ଦେହାନ୍ତ ।
ପଦ୍ମପୁର -ପଦ୍ମପୁର ଉପଖଣ୍ଡ ଟାଲ ଗ୍ରାମ ତଥା ଦୁବୁଲାବାହାଲ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦୟାନିଧି ଦାଶ ଙ୍କ ଦେହାନ୍ତ ହୋଇ ଯାଇଛି l ଗତ କିଛି ମାସ ହେଲା ସେ ବ୍ରେନ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ l ସେ ଅନେକ ବାର ସାଧନ କର୍ମୀ ଭାବରେ ତଥା ବିଭିନ୍ନ ବିଷୟରେ ଶିକ୍ଷକଙ୍କୁ ମାର୍ଗ ଦର୍ଶନ କରିଥିଲେ l ଆଜି ସୁରଭି କାର୍ଯ୍ୟକ୍ରମ ଅବସରରେ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଆରସିସି ଜୟ କୁମାର ସାହୁଙ୍କ ଆହ୍ୱାନକ୍ରମେ ସମସ୍ତଙ୍କ ଉପସ୍ଥିତରେ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା l ତାଙ୍କ ବିୟୋଗରେ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଏବିଇଓ ଗଣ, ବ୍ଲକ ପ୍ରାଥମିକ ସଂଘର କର୍ମକର୍ତ୍ତା ଗଣ ଶୋକ ପ୍ରକାଶ କରିବା ସହ ତାଙ୍କ ବିୟୋଗ ରାଜବୋଡାସମ୍ବର ବ୍ଲକ ପାଇଁ ଅପୂରଣୀୟ କ୍ଷତି ବୋଲି ଜିଲ୍ଲା ସାଧନ କର୍ମୀ ସଦସ୍ୟ ଓ ବିଜ୍ଞାନ ଶିକ୍ଷକ ରାଜକୁମାର ସାହୁ ପ୍ରକାଶ କରିଛନ୍ତି l ମିଳିତ ପ୍ରାଥମିକ ସଙ୍ଘର ଆନୁକୂଲ୍ୟରେ ଶିକ୍ଷକ ଭବନ ପଦ୍ମପୁରରେ ଆସନ୍ତା ରବିବାର ଦିନ 6.11.22 ତାରିଖ ଏକ ଶୋକ ସଭା କରାଯିବ ବୋଲି ପ୍ରସ୍ତାବ ଗୃହୀତ ହୋଇଛି l


Comments
Post a Comment