ଅବସରପ୍ରାପ୍ତ ଡାକ କର୍ମଚାରୀ ଙ୍କ ମାତୃ ବିୟୋଗ
ପଦ୍ମପୁର-ବରିକେଲ ନିବାସୀ ଅବସରପ୍ରାପ୍ତ ଡାକ କର୍ମଚାରୀ ନାରାୟଣ ସାହୁ ଙ୍କ ମାତା ବେଦମତୀ ସାହୁ ଙ୍କ ଆଜି ଅପରାହ୍ନରେ ପରଲୋକ ହୋଇଯାଇଛି। ମୃତୁ ବେଳ କୁ ତାଙ୍କୁ (୯୦) ବର୍ଷ ବୟସ ହୋଇଥିଲା। ସେ ଜଣେ ମେଳାପି ଓ ଧର୍ମ ପରାୟଣ ମହିଳା ଥିଲେ l ମୃତ୍ୟୁ ପଛରେ ସେ ତାଙ୍କ ପୁଅ ନାରାୟଣ ଓ ଲଲିତ, ଝିଅ କନକଲତା, ପ୍ରେମଲତା, ଜ୍ବାଇଁ ପରମେଶ୍ଵର ଓ ପ୍ରଦୀପ ଏବଂ ନାତି ନାତୁଣୀଙ୍କୁ ଛାଡ଼ି ଯାଇଛନ୍ତି। ଜ୍ଯେଷ୍ଠ ପୁତ୍ର ନାରାୟଣ ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ଯୁରେ ବରିକେଲ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।


Comments
Post a Comment