ସିଆରପିଏଫ ଯବାନଙ୍କ ଦ୍ଵାରା ସିଭିଲ ଏକସନ୍ ପୋଗ୍ରାମ।
ପାଇକମାଲ-ପାଇକମାଳ ଥାନା ଅଞ୍ଚଳର କେମେଲାବାହାଲ ଓ ବରତୁଣ୍ଡା ସିଆରପିଏଫ୍ କେମ୍ପ୍ ତରଫରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅଞ୍ଚଳର ଗରିବ ଲୋକଙ୍କୁ ଶୀତ ବସ୍ତ୍ର କମଳ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସିଆରପିଏଫ୍ କମାଣ୍ଢେନ ପବନ କୁମାର ତିୱାରୀ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ସାମିଲ କରି ଅନେକ ସମୟରେ ଲୋକାଭିମୁଖୀ ଯୋଜନା ର ସାମଗ୍ରୀ ବଣ୍ଟନ କରୁଥିବା ସହ ଜନସାଧାରଣଙ୍କ ଆସ୍ଥାଭାଜନ ହେବା ପାଇଁ ସବୁବେଳେ ପାୟସ ଜାରି ରଖିଥିବା ପ୍ରକାଶ କରିଥିଲେ।ବରତୁଣ୍ଡା ଠାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଏନିସ୍ପେକ୍ଟର ମେହେବୁର ରହେମାନ୍ ସ୍ଵାଗତ ଭାଷଣ କରିଥିବା ବେଳେ ସମ୍ମାନିତ ଭାବରେ ବରତୁଣ୍ଡା ସରପଞ୍ଚ ଶ୍ରୀମତୀ ରିତା ସୁନା ଯୋଗ ଦେଇ ସିଆରପିଏଫ୍ ଯବାନ ଏହି କାର୍ଯ୍ୟକ୍ରମକୁ ପ୍ରସଂଶା କରିଥିଲେ। ପରିଶେଷରେ ସେକେଣ୍ଡ କମାଣ୍ଢେନ ପୀତବାସ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।ସେହିପରି କେରମେଲାବାହାଲ ସିଆରପିଏଫ୍ ଯବାନ କେମ୍ପା ରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହିଠାରେ ସଞ୍ଜୟ କୁମାର୍ ତ୍ରିପାଠୀ ସ୍ଵାଗତ ଭାଷଣ ଦେଇଥିବା ବେଳେ ମୂଖ୍ୟ ଅତିଥି ଭାବରେ ସିଆରପିଏଫ୍ କମାଣ୍ଢେନ ପବନ କୁମାର ତିୱାରୀ ଯୋଗଦେଇ ଜନସାଧାରଣଙ୍କ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ସହ ଜନସାଧାରଣ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା କହିଥିଲେ।ସମ୍ମାନିତ ଅତିଥି ଭାବରେ ସରପଞ୍ଚ ପ୍ରତିନିଧି ମନୋଜ କୁମାର ସାହୁ, ସରପଞ୍ଚ ପଙ୍କଜ ସାହୁ ଯୋଗଡେଇ ଜନସାଧାରଣ ନିମନ୍ତେ ଯବାନ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ନିଭାଉ ଥିବାରୁ ପ୍ରଶଂସା କରିଥିଲେ।ଏହି କାର୍ଯ୍ୟକ୍ରମରେ ସେକେଣ୍ଡ କମାଣ୍ଢେନ ପୀତବାସ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହିଠାରେ କୁନି କୁନି ଶିଶୁ ମାନଙ୍କୁ ନେଇ ଏକ ସଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ରିପୋର୍ଟ-କୁଞ୍ଜ ସାହୁ


Comments
Post a Comment