ଅଞ୍ଚଳ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗରେ ସ୍ଵାଗତ ସମ୍ବର୍ଦ୍ଧନା ।

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗରେ ଅଧ୍ୟକ୍ଷ ଡ଼ ଲଲାଟେନ୍ଦୁ ନାୟକଙ୍କ ସଭାପତିତ୍ବରେ ନବାଗତ ଛାତ୍ରଛାତ୍ରୀଙ୍କ ସ୍ବାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଛାତ୍ରଛତ୍ରୀମାନଙ୍କୁ ସ୍ବାଗତ କରିବା ସହ ସେମାନଙ୍କୁ ଶିକ୍ଷା ଲାଭର ଆବଶ୍ୟକତା ଓ ଉଚିତ୍ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ l ବିଭାଗୀୟ ମୁଖ୍ୟ ଡ଼ ସନ୍ଧ୍ୟାରାଣୀ କୁଅଁର ଏବଂ ଅଧ୍ୟାପିକା ମୋନାଲିସା ସ୍ୱାଇଁ, ଅଧ୍ୟାପକ ଶ୍ରୀ  ଦିଲୀପ କୁମାର ବହିଦାର,ଅଧ୍ୟାପକ ଶ୍ରୀ ଦୟାନିଧି ବଗର୍ତ୍ତୀ ଓ ସୁରଥ ଗଡ଼ତିଆ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ତୃତୀୟ ଓ ଦ୍ବିତୀୟ ବର୍ଷର ଛତ୍ରଛାତ୍ରୀମାନେ ମଧ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଲିପୁନ୍ ମିଶ୍ର, ସୌମ୍ୟ ରଞ୍ଜନ, ବାଲ୍ ଗୋପାଳ ପାଣଗ୍ରାହୀ  ଓ ଆଁଚଲ୍ ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ l

Comments