ନିର୍ବାଚନ ଆଚରଣ ବିଧି ।
ଦେବାଶିଷ ପଟ୍ଟନାୟକ
ପଦ୍ମପୁର
ନିର୍ବାଚନ ଆଚରଣ ବିଧି ହେଉଛି ଏକ ପ୍ରକାର ନିର୍ଦ୍ଦେଶାବଳୀ, ଯାହାକୁ ସବୁ ସବୁ ଦଳ ମାନିବାକୁ ବାଧ୍ୟ l କେବଳ ରାଜନୈତିକ ଦଳ ନୂହେଁ ପ୍ରାର୍ଥୀ ମାନଙ୍କ ପାଇଁ ମଧ୍ୟ ଏହା ଲାଗୁ ଅଟେ l ଏହି ନିୟମ ରେ ନିର୍ବାଚନୀ ଭାଷଣ, ଭୋଟ ଦିବସ, ପୁଲିଂ, ନିର୍ବାଚନ ଇସ୍ତାହାର, ଶୋଭାଯାତ୍ରା, ଭଲ ଆଚରଣ ପ୍ରଦର୍ଶନ ଉପରେ ରହିଛି l ଏଭଳି କରିବା ଉଦ୍ଦେଶ୍ୟ ହେଉଛି ନିର୍ବାଚନ କୁ ଅବାଧ ଓ ନିରପେକ୍ଷ କରିବା।
ପ୍ରେସ ସୂଚନା କାର୍ଯ୍ୟଳୟ ଅନୁଯାୟୀ ୧୯୬୦ ମସିହାରେ କେରଳ ବିଧାନସଭା ନିର୍ବାଚନ ରେ ଏହି ବିଧି ପ୍ରଥମ ଥର ପାଇଁ ଲାଗୁ କରାଯାଇ ଥିଲା। ୧୯୬୨ ସାଧାରଣ ନିର୍ବାଚନ ରେ ପାଖାପାଖି ସବୁ ଦଳ ଏହି ନିୟମ କୁ ମାନି ଥିଲେ l ତା ପର ଠାରୁ ସବୁ ଦଳ ପକ୍ଷରୁ ଏହା କୁ ପାଳନ କରାଯାଉଛି।
୧୯୭୯ ଅକ୍ଟୋବର ମାସରେ ନିର୍ବାଚନ କମିଶନ ଏକ ନୂତନ ନିୟନ୍ତ୍ରଣ ବ୍ୟବସ୍ଥା ଏଥିରେ ଯୋଡ଼ିଲେ। ସେହି ଅନୁସାରେ ନିର୍ବାଚନ ଘୋଷଣା ବେଲେ କ୍ଷମତା ରେ ଥିବା ସରକାର ଉପରେ କିଛି ଅଙ୍କୁଶ ଲଗାଯାଇ ପାରିବ l
ନିର୍ବାଚନ ଆଚରଣ ବିଧି ରେ ୮ ଟି କଟକଣା ରହିଛି। କେମିତି ଭାଷଣ କରାଯିବ, ବୁଥ୍ ରେ କଣ କଣ ମାନିବାକୁ ପଡିବ, ଭୋଟ ଦିନ ପ୍ରାର୍ଥୀ କଣ କରିବେ ଓ କଣ ନ କରିବେ, ପର୍ଯ୍ୟବେକ୍ଷକ ର ଭୂମିକା କଣ ରହିବ ଓ ଘୋଷାଣ ପତ୍ର ରେ କଣ ରହିବ ଏ ସବୁ କଥା ଏଥିରେ ରହିଛି l ତାରିଖ ଘୋଷାଣ ହେବା ପରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପ୍ରଥମ କାମ ହେବ ସରକାରୀ କଳ କୁ ନିର୍ବାଚନ କାମ ରେ ଲାଗାଇ ପାରିବେ ନାହିଁ l ଭୋଟର ମାନଙ୍କ ଆକ୍ରୁଷ୍ଟ କରିବା ପାଇଁ କୌଣସି ନୂଆ କାର୍ଯ୍ୟକ୍ରମ, ନୀତି କିମ୍ବା ପ୍ରକଳ୍ପ ଘୋଷାଣ କରିପାରିବେ ନାହିଁ l ସରକାରୀ ଅର୍ଥ ଖର୍ଚ୍ଚ କରି ନିଜ ଦଳ ର ପ୍ରଚାର ପାଇଁ ସରକାର ଗଣମାଧ୍ୟମ ଜରିଆରେ ବିଜ୍ଞାପନ ଦେଇପାରିବେ ନାହିଁ।
ଆଚରଣ ବିଧି ରେ ରହିଛି ଯେ ମନ୍ତ୍ରୀ ମାନେ ଦଳୀୟ କାର୍ଯ୍ୟ ସହିତ ସରକାରୀ ଗସ୍ତ ଖର୍ଚ କୁ ଯୋଡି ପାରିବେ ନାହିଁ କି ସରକାରୀ କର୍ମଚାରୀ ମନକୁ ପ୍ରଚାର କାମ ରେ ଲଗାଇ ପାରିବେ ନାହିଁ l ସେହି ଭଲି ସରକାରୀ ଗାଡି ଓ ଜନ୍ତ୍ର ବାଜି ବ୍ୟବହାର କରି ପାରିବେ ନାହିଁ l କ୍ଷମତା ରେ ଥିବା ସରକାର ବିଭିନ୍ନ ବିଭାଗ ରେ, ନିଗମ ରେ କିମ୍ବା ଅର୍ଦ୍ଧ ସରକାରୀ ସଂସ୍ଥା ରେ କାହାକୁ ଅସ୍ଥାୟୀ ନିଯୁକ୍ତି ଦେଇପାରିବେ ନାହିଁ।
ବିରୋଧୀ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ କେବଳ ସେମାନଙ୍କର କାର୍ଯ୍ୟ ସମ୍ପାଦନ ଭିତ୍ତିରେ ସମାଲୋଚନା କରିପାରିବେ l ନିର୍ବାଚନ ପାଇଁ ମନ୍ଦିର, ମସଜିଦ୍ ଓ ଚର୍ଚ୍ଚ କୁ ବ୍ୟବହାର କରି ପାରିବି ନାହିଁ। ଭୋଟର କୁ ଲାଂଚ ଦେବା, ତା ପ୍ରତି ପ୍ରତିଶୋଧ ପରାୟଣ ହେବା, ଜାଲ ଭୋଟର କୁ ମଧ୍ୟ ବାରଣ କରାଯାଇଅଛି l ଭୋଟ ଗ୍ରହଣ ସମୟ ନିର୍ଦ୍ଧିଷ୍ଟ ସମୟ ଭାବେ ଧରି ୪୮ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହେବ l ପ୍ରାର୍ଥୀ କୁ ଜନ ସଭା କରିବାକୁ ନିର୍ବାଚନ ଆୟୋଗ ଙ୍କ ଠାରୁ ଅନୁମତି ନେବାକୁ ପଡିଥାଏ l ଏନେଇ ନିକଟତମ ଥାନା ରେ ସୂଚନା ଦେବାକୁ ପଡିଥାଏ l ଜନସେବା ପାଇଁ ନିର୍ଦ୍ଧାରିତ ସ୍ଥାନ ଓ ସମୟ ସୂଚନ ପୁଲିସ କୁ ଦେବାକୁ ପଡିଥାଏ। କାହାର ଅନୁମତି ବିନା ନିର୍ବାଚନ ପାଇଁ ତାଙ୍କର ଜମି କୁ ବ୍ୟବହାର କରା ଯାଇପାରିବ ନାହିଁ।ନିର୍ବାଚନ ଦିନ ଭୋଟ କେନ୍ଦ୍ର ଠାରୁ ୧୦୦ ମିଟର ଭିତରେ ନିର୍ବାଚନ ପ୍ରଚର କରାଯାଇପାରିବ ନାହିଁ l
ନିର୍ବାଚନ ପ୍ରଚାର ସମୟ ରେ ଶବ୍ଦ ପ୍ରଦୂଷଣ କୁ ଧ୍ୟାନ ରେ ରଖା ଯାଇଛି l କୌଣସି ମୁହୂର୍ତ୍ତରେ ରେ ବି ରାତି ୧୦ ଟା ପରେ ଓ ସକାଳ ୬ ଟା ପୂର୍ବରୁ ଲାଉଡସ୍ପିକର୍ ବାଜିପାରିବ ନାହିଁ।


Comments
Post a Comment