ବିଶ୍ଵ ଏଡ୍ସ ଦିବସ ଅବସର ରେ ଅଞ୍ଚଳ ମହାବିଦ୍ୟାଳୟ ରେ ରକ୍ତ ଦାନ ଶିବିର ଏବଂ କୁଇଜ୍ ପ୍ରତିଯୋଗିତା


ପଦ୍ମପୁର: ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ରେ ବିଶ୍ଵ ଏଡ୍ସ ଦିବସ ଅବସର ରେ ଅଧ୍ୟକ୍ଷ ଡକ୍ଟର ଲଲିତେନ୍ଦୁ ନାୟକଙ୍କ ସଭପତିତ୍ବରେ ଏକ ରକ୍ତଦାନ ଶିବିର ଏବଂ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି। ଉକ୍ତ କାର୍ଯକ୍ରମ ରେ ଡକ୍ଟର ଯଦୁମଣି ସାହୁ, ମେଡିକାଲ ଅଫିସର, ଉପଖଣ୍ଡ ଚିକିତ୍ସାଳୟ, ପଦମପୁର ମୁଖ୍ୟ ଅତିଥି ଭାବରେ ଏବଂ ସମାଜସେବୀ ନିରୋଜ ଦୋରା ଅତିଥି ଭାବରେ ଯୋଗ ଦେଇଥିଲେ। ଡକ୍ଟର ସାହୁ ଛାତ୍ର ଛାତ୍ରୀ ମାନଙ୍କୁ HIV ଏଡ୍ସ ଉପରେ ଅବଗତ କରାଇ ତାଙ୍କ ମନରେ ସଚେତନତା ସୃଷ୍ଟି କରାଇ ସମାଜରେ ଲୋକଙ୍କୁ ସଚେତନ କରାଇବା ପାଇଁ ଉଦବୋଧନ ଦେଇଥିଲେ। ଏହା ପରେ ଏକ ମୁକ୍ତ କୁଇଜ୍ ପ୍ରତିଯୋଗିତା ହୋଇଥିଲା ଏବଂ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାପରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଉପଖଣ୍ଡ ରକ୍ତ ଭଣ୍ଡାର ର ଅଧିକାରୀ ଓ ସହକର୍ମୀ ଯୋଗ ଦେଇଥିଲେ। ଏହି ଶିବିର ରେ ମହାବିଦ୍ୟାଳୟ ର ୧୧ ଛାତ୍ରୀ ଏବଂ ୨୪ ଛାତ୍ରଙ୍କ ଠାରୁ ୩୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଅବସରରେ ମହାବିଦ୍ୟାଲୟ ପରିସର ରେ ଏକ ସଚେତନତା ରାଲି ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା। କାର୍ଯକ୍ରମ ଶେଷରେ ରେଡ କ୍ରସ କାଉନସିର ଶ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯକ୍ରମ ରେ କଲେଜ ର ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକା ସହ ଛାତ୍ର ଛାତ୍ରୀ ବୃନ୍ଦ ଯୋଗଦାନ ଦେଇଥିଲେ।

Comments