ଶପଥ ଗ୍ରହଣ ପୂର୍ବରୁ ବିଧାୟକ ଓ ମନ୍ତ୍ରୀଙ୍କ ଆଶୀର୍ବାଦ ଗ୍ରହଣ କଲେ ପଦ୍ମପୁରର ନବ ନିର୍ବାଚିତ ବିଧାୟିକା ।
ପଦ୍ମପୁର-ପଦ୍ମପୁର ଉପନିର୍ବାଚନ ରେ ନବ ନିର୍ବାଚିତ ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ସୋମବାର ଦିନ ବିଧାନସଭା ଠାରେ ବାଚସ୍ପତିଙ୍କ ନିକଟରେ ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିବେ । ଭୂବନେଶ୍ୱର ଠାରେ ଆଜି ଶ୍ରୀମତୀ ବରିହା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ରୀତା ସାହୁ, ମନ୍ତ୍ରୀ ନବ ଦାସ ଓ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ ଏବଂ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଉନ୍ନତି ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ଯୁବନେତା ଭୋଜରାଜ ସିଂ ବରିହା ମଧ୍ୟ ଉପସ୍ଥିତ ଥିଲେ ।


Comments
Post a Comment