ନବନିର୍ବାଚିତ ବିଧାୟିକା ଙ୍କୁ ଜନ୍ମ ମାଟିରେ ସ୍ବାଗତ ସମ୍ବର୍ଦ୍ଧନା ।

ପଦ୍ମପୁର- ପଦ୍ମପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା । ବର୍ଷା ସିଂ ବରିହା ସୋମବାର ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ ପରେ ଆଜି ଜନ୍ମ ମାଟି ପଦ୍ମପୁର କୁ ଆସିଛନ୍ତି ।  ବର୍ଷା ସିଂ ବରିହା ହେଉଛନ୍ତି ପଦ୍ମପୁର ନିର୍ବାଚନ ମଣ୍ଡଳୀର ମହିଳା ବିଧାୟିକା । ପଦ୍ମପୁର ଉପନିର୍ବାଚନ ରେ ୪୨ରୁ ଅଧିକ ଭୋଟରେ ବିଜୟୀ ହେବା ପରେ ନିର୍ବାଚନ ମଣ୍ଡଳୀର ଜନସାଧାରଣ ଙ୍କ ମନରେ ଉତ୍ସାହ ବଢିବାରେ ଲାଗିଛି । ଆଜି ସନ୍ଧ୍ୟା ସମୟରେ ପଦ୍ମପୁର ରେ ପହଞ୍ଚିବା ପରେ ପଦ୍ମପୁର ସହରର ଜନସାଧାରଣ ବାଣ ଫୁଟାଇ ତାଙ୍କୁ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ । ବିଧାୟିକା ଏହି ବିଜୟକୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣ ଙ୍କ ବିଜୟ ବୋଲି କହିବା ସହ ପଦ୍ମପୁର ନିର୍ବାଚନ ମଣ୍ଡଳୀକୁ ଏକ ନମ୍ବର ନିର୍ବାଚନ ମଣ୍ଡଳୀ କରିବା ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ସ୍ବାଗତ ସମାରୋହରେ ଯୁବନେତା ଭୋଜରାଜ ସିଂ ବରିହା, ପଦ୍ମପୁର ଏନଏସିର ସମସ୍ତ କାଉନସିଲର, ଅଧ୍ୟକ୍ଷା,ବିଜେଡି ନେତା ତଥା ରାଜ୍ୟ ସମ୍ପାଦକ ରାଜୁ ଘିବେଲା,ବରିଷ୍ଠ ନେତା ଗୋବିନ୍ଦ ପାଣିଗ୍ରାହୀ, ପ୍ରଶାନ୍ତ ମହାନ୍ତି, ଉମେଶ ସାହୁ,ନବକିଶୋର ସାହୁ ଓ ଶତାଧିକ ବିଜୁ ଜନତା ଦଳର କର୍ମୀ ଉପସ୍ଥିତ ଥିଲେ ।

Comments