ପଦ୍ମପୁର ଜିଲ୍ଲା ଗଠନ ପ୍ରକ୍ରିୟା
ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ସଦ୍ୟ ହୋଇଥିବା ପଦ୍ମପୁର ଉପଖଣ୍ଡକୁ ସ୍ବତନ୍ତ୍ର ଜିଲ୍ଲା ହେବାକୁ ଯାଉଛି। ଏ ନେଇ ଜାନୁଆରୀ ମାସରେ ବିଧିବଦ୍ଧ ଭାବରେ ସରକାରୀ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଓଡ଼ିଶା ସରକାର ଙ୍କ ପକ୍ଷରୁ ପ୍ରକାଶ l ନୂତନ ଜିଲ୍ଲା ଗଠନ ପ୍ରକ୍ରିୟା ପାଇଁ ଗୃହ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ମିଳିତ ଭାବରେ କାର୍ଯ କରିଥାଆନ୍ତି। ଏଥି ପାଇଁ ଏକ କମିଟି ଗଠନ କରାଯାଇଥାଏ। ନୂତନ ଜିଲ୍ଲା ପାଇଁ କେଉଁ କେଉଁ ଅଞ୍ଚଳ ମିଶିବ ଏହାର ଭୌଗୋଳିକ ସୀମାରେଖା କୁ ନେଇ କୁ ନେଇ ଏକ ପ୍ରସ୍ତାବ ପାରିତ ହୋଇଥଆଏ। ଏହି ପ୍ରସ୍ତାବ କୁ ବିଧାନସଭା ରେ ପାସ କରାଯାଇଥାଏ। ମୁଖ୍ୟ ଶାସନ ସଚିବ କ୍ୟାବିନେଟ ସଚିବ ହୋଇଥିବା ରୁ ଏ ସବୁ ପ୍ରକ୍ରିୟା କୁ ତଦାରଖ କରନ୍ତି l ଜିଲ୍ଲା ଗଠନ ନେଇ କେନ୍ଦ୍ର ସରକାରଙ୍କ ଅନୁମତି ଆବଶ୍ୟକ ନ ଥିବାରୁ ରାଜ୍ୟ ସରକାର କୁ ଜିଲ୍ଲା ଗଠନ କରିବାରେ କୌଣସି ଅସୁବିଧା ହୋଇଥାଏ ନ ଥାଏ କିନ୍ତୁ ଜିଲ୍ଲା ପାଇଁ ଅଧିକ ଆବଶ୍ୟକ ପଡୁଥିବା ଆଇ ଏ ଏସ୍ ଓ ଆଇ ପି ଏସ ଅଫିସର ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ନେବାକୁ ପଡିଥାଏ।
ସୂଚନା ଯୋଗ୍ୟ ଯେ ଜିଲ୍ଲା ପୁନର୍ଗଠନ ନେଇ ୧୯୭୩ ମସିହାରେ ବିଚାରପତି ରାଜ କିଶୋର ଦାସ ଙ୍କୁ ନେଇ ଏକ କମିଟି ଗଠନ କରାଯାଇ ଥିଲା। ୧୩ ରୁ୩୦ ଜିଲ୍ଲା ପୁନର୍ଗଠନ ଆଉ ଏକ ଅନୁଧ୍ୟାନ କମିଟି ଗଠିତ ହୋଇଥିଲା। ୧୯୭୫ ମସିହାରେ ଦାସ କମିଟି ସରକାରଙ୍କୁ ରିପୋର୍ଟ ଦେଲେ। ଶେଷରେ ୧୯୯୦ ମସିହାରେ ବିଜୁ ପଟ୍ଟନାୟକ ଙ୍କ ସରକାର ଆସିବା ପରେ କମିଶନ ଙ୍କ ରିପୋର୍ଟ କାର୍ଯକାରୀ ହେଲା ଓ ୧୯୯୩ ମସିହାରେ ନୂତନ ଜିଲ୍ଲା ଗଠନ ହୋଇଥିଲା।
ଦେବାଶିଷ ପଟ୍ଟନାୟକ
ପଦ୍ମପୁର


Comments
Post a Comment