ପଦ୍ମପୁର ଜିଲ୍ଲା ଦାବି ଆନ୍ଦୋଳନ ତରଫରୁ କେନ୍ଦ୍ରିୟ କମିଟି ର ଜରୁରୀ ବୈଠକ ଅନୁଷ୍ଠିତ ।


     ପ୍ରତିଶୃତି ପୂରଣ ହେବା ପର୍ଯ୍ୟନ୍ତ ଚାଲିଥିବ ଗଣଧାରଣା 

ପଦ୍ମପୁର — ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା କେନ୍ଦ୍ରିୟ କ୍ରିୟାନୁଷ୍ଠାନ କମିଟିର ଆହ୍ବାନ ରେ ପଦ୍ମପୁର ଓକିଲ ସଂଘ ମିଟିଂ ହଲ ଠାରେ ଜିଲ୍ଲା ଘୋଷଣା ଦାବି କୁ ନେଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ସର୍ବ ସମ୍ମତି କ୍ରମେ ଦୁଇଟି ପ୍ରସ୍ତାବ ଗ୍ରହଣ କରାଯାଇଛି। ଓକିଲ ସଂଘ ସଭାପତି ତଥା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଆବାହକ ଉମେଶ ଚନ୍ଦ୍ର ସାହୁ ଓ ସଂପାଦକ ଶାନ୍ତନୁ ତ୍ରିପାଠୀ ଙ୍କ ଉପସ୍ଥିତି ରେ ପଦ୍ମପୁର ସହରର ବିଭିନ୍ନ ଅନୁଷ୍ଠାନ, ସଂଘ ପ୍ରମୁଖ ର କର୍ମକର୍ତ୍ତା, ସଦସ୍ୟ ଯୋଗଦାନ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ଅନୁଷ୍ଠାନ ରୁ ଯୋଗଦାନ ଦେଇଥିବା ଅଧିକାଂଶ ସଦସ୍ୟ ଙ୍କ ମତ କୁ ଗ୍ରହଣ କରି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପଦ୍ମପୁର ଉପଖଣ୍ଡ କୁ ଜିଲ୍ଲା ଘୋଷଣା ଦାବି ନେଇ ଚାଲିଥିବା ଧାରଣା ବଳବତ୍ତର ରଖିବାକୁ ନିଷ୍ପିତ୍ତି ନେଇଛି। ଆସନ୍ତା କାଲି ଠାରୁ ପଦ୍ମପୁର ସହରର ସମସ୍ତ ଅନୁଷ୍ଠାନ, କ୍ଲବ, ସଂଗଠନ ଓ ବ୍ୟକ୍ତି ବିଶେଷ ମାନେ ନିଜ ନିଜ ସମର୍ଥନ ଜଣାଇ ଗୋଟିଏ ଦିନ ଲେଖାଏଁ ଧାରଣା ରେ ବସିବାକୁ ଘୋଷଣା କରିଛନ୍ତି।

Comments