ବରଗଡ଼ - ପଦ୍ମପୁର - ନୂଆପଡ଼ା ରେଳପଥ
ଡଃ କୃପାସିନ୍ଧୁ ଭୋଇ ସମ୍ବଲପୁର ର ସଂସାଦ ଥିବା ବେଳେ ସଂସଦ ରେ ପ୍ରଥମେ ବରଗଡ଼ - ନୂଆପଡ଼ା ରେଳ ଲାଇନ ପ୍ରସଙ୍ଗ ଉଠାଇ ଥିଲେ। ସେହି ସମୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମାତ୍ର ୨.୮ % ରିଟର୍ଣ୍ଣ ଦେବ ବୋଲି ସର୍ଭରେ କୁହାଯାଇଥିଲା। ଫଳରେ ପ୍ରକଳ୍ପର ଅଗ୍ରଗତି ରେ ମୋହର ବାଜିବା ନେଇ ଘୁଞ୍ଚି ଯାଇଥିଲା। ଉଲ୍ଲେଖ ଯୋଗ୍ୟ ଯେ ଗୁଜୁରାଟ ଓ ମହାରାଷ୍ଟ୍ର ରେ ଥିବା ପାୱାର ପ୍ଲାଣ୍ଟ ଗୁଡ଼ିକୁ କୋଇଲା ଯୋଗାଇ ଦେବା ପାଇଁ ଓ ପାରାଦୀପ ରୁ ମଧ୍ୟ ଭାରତ କୁ ଯୋଗାଯୋଗ ସୁବିଧା କରିବା ପାଇଁ ୭୦ ଦଶକ ରେ ଏହି ରେଳପଥ ର ପରିକଳ୍ପନା କରାଯାଇଥିଲା। ଏହା ଛଡା ତତ୍କାଳୀନ ଅବିଭକ୍ତ ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଲା କୁ ରେଳପଥ ରେ ସିଧା ସଳଖ ଯୋଡ଼ିବା ପାଇଁ ମଧ୍ୟ ଚିନ୍ତା କରିଯାଇଥିଲା।
ରାଇପୁର ରୁ ବରଗଡ଼ କୁ ଯାଇ ଥିବା ରେଳ ଲାଇନ ଯାହା ଟିଟଲାଗଡ଼ ଦେଇ ଗତି କରୁଛି ତାହା ବହୁ ବାଟ ବୁଲି ଯାଉ ଥିବାରୁ ଏହି ରେଳ ପଥ ହେଲେ ଦୂରତା କମିବ ବୋଲି ବଳିଷ୍ଠ ଯୁକ୍ତି ଉଭା ହୋଇଥିଲା l ଏହି ମର୍ମ ରେ ୧୯୭୭ ମସିହାରେ ଭୁବନେଶ୍ବର ରେ କନ୍ ସଲଟୋରିଅମ୍ ନାମକ ଏକ ସଂସ୍ଥା କୁ ସର୍ଭେ ପାଇଁ ଦାଇତ୍ବ ଦିଆଯାଇଥିଲା। ଏହି ସଂସ୍ଥା ୨୦୦୩ ଅଗଷ୍ଟ ମାସରେ ନିଜର ସର୍ଭ ରିପୋର୍ଟ ଭାରତ ସରକାରଙ୍କୁ ପ୍ରଦାନ କରିଥିଲେ। ଯାହାକି ରେଲବାଇ ବୋର୍ଡ କୁ ପଠାଯାଇଥିଲା। ତେବେ ଏହି ପ୍ରକଳ୍ପ ରୁ ମାତ୍ର ୨.୮ %ରିଟର୍ଣ୍ଣ ଆସିବା ବୋଲି ଏହା କୁ ବାତିଲ କରାଯାଇ ଥିଲା। ୨୦୦୫ - ୦୬ ମସିହାରେ ରେଲ ବଜେଟ ରେ ପୁଣି ଏହି ଲାଇନ ର ସର୍ଭେ କରାଯାଇ ଏହା କୁ ଆଉଥରେ ଉପସ୍ଥାପନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ବର୍ତ୍ତମାନ ଏହି ପ୍ରକଳ୍ପ ର ସଂଯୋଗ ପାଇଁ ଓଡିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ (ORIDL) କୁ ଦାଇତ୍ବ ଦିଆଯାଇଛି।
ଦେବାଶିଷ ପଟ୍ଟନାୟକ
ପଦ୍ମପୁର


Comments
Post a Comment