ଟାଉନ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ କ୍ରୀଡା ଅନୁଷ୍ଠିତ।
ପଦ୍ମପୁର-ବ୍ଲକ ସ୍କୁଲ କ୍ରୀଡା ସଂଗଠନ ଆନୁକୁଲ୍ୟ ରେ ବ୍ଲକସ୍ତରୀୟ ଭଲିବଲ, ଚେସ ଓ ବ୍ୟାଡମିଣ୍ଟନ ପ୍ରତିଯୋଗିତା ପଦ୍ମପୁର ଟାଉନ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଯୋିତାରେ ମୁଖ୍ୟ ଅତଥିଭାବେ ପଦମପୁର ବିଧାୟିକା ଶ୍ରୀମତୀ ବର୍ଷାରାଣୀ ସିଂ ବରିହା ଯୋଗଦାନ କରି ଏହି ଉତ୍ସବ କୁ ଆନୁଷ୍ଠାନିକ ଭାବରେ ଉଧ୍ଘଟାନ କରି ଥିଲେ। ଏହି ଉତ୍ସବରେ ଅନ୍ୟାନ ଅଥିତି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟକୁମାର ସାହୁ,ସ୍କୁଲ ପରଚାଳନା କମିଟି ର ସଭାପତି ପ୍ରିତମ ମେହେର, ବରିଷ୍ଠ ଶାରୀରିକ ଶିକ୍ଷା ଶିକ୍ଷକ ବିଦେଶୀ ସାହୁ, ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତରଣିସେନ ସାହୁ, ବ୍ଲକ କ୍ରୀଡା ସମ୍ପାଦକ ହରେକୃଷ୍ଣ ମେହେର ମଞ୍ଚାସିନ ଥିଲେ। ଏହି ପ୍ରତିଯୋଗିତା ରେ ସମୁଦାୟ ୧୧୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଯେଉଁ ପ୍ରତିଯୋଗୀ ତାଙ୍କର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବେ ସେମାନେ ଜିଲ୍ଲା ସ୍ତରକୁ ଉନ୍ନୀତ ହେବେ ଓ ଆସନ୍ତା ୦୩.୦୧.୨୦୨୩ ରେ ହେବାକୁ ଥିବା ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବେ। ଅତିଥିଗଣ ସରକାର ଙ୍କ ସମସ୍ତ କ୍ରୀଡା ପାଇଁ ସମସ୍ତ ଯୋଜନା କିପରି ଫଳପ୍ରଦ ହେବ ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ। ଆସନ୍ତା ୧୩ ଜାନୁୟାରୀ ରୁ ବିଶ୍ଵକପ ହକି ଆମ ଓଡ଼ିଶା ରାଜ୍ୟରେ ଅନୁଷ୍ଠିତ ହେଉ ଥିବାରୁ ହକି ଖେଳ କୁ ପ୍ରତି ବ୍ଲକ ରେ ପ୍ରଚାର ଓ ପ୍ରସାର କରିବା ପାଇଁ ସଭାପତି ବକ୍ତବ୍ୟ ରଖିଥିଲେ। ଶିକ୍ଷକ ପବିତ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।କ୍ରୀଡା ଶିକ୍ଷକ ଚନ୍ଦ୍ରମଣି ସାହୁ ଓ ଅନ୍ୟ ସମସ୍ତ କ୍ରୀଡା ଶିକ୍ଷକ ଓ ଶିକ୍ଷୟିତ୍ରୀ ଖେଳ ପରିଚାଳନା ରେ ସହଯୋଗ କରିଥିଲେ।


Comments
Post a Comment