ଜାମପାଲି ଗ୍ରାମରେ ଗ୍ରାମ ପଞ୍ଚାୟତ ସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ।


ପଦ୍ମପୁର-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଭଣ୍ଡାରପୁରୀ ଗ୍ରାମ ପଞ୍ଚାୟତର ଜାମପାଲି ଖେଳ ପଡିଆ ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ କ୍ରିକେଟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରପୁରୀ ସରପଞ୍ଚ ଶ୍ରୀମତୀ କିରନ ବାଗ ଯୋଗ ଦେଇଥିବା ବେଳେ, ସମ୍ମାନୀତ ଅତିଥି ଭାବେ ନାଏବ ସରପଞ୍ଚ ସୁରେନ୍ଦ୍ର ଭୋଇ, ଓ୍ବାର୍ଡ ମେମ୍ବର ସମାରୀ ଦୀପ ଓ ଯୋଗେଶ୍ବର ଡନସନା ଯୋଗଦେଇଥିଲେ । ପାଞ୍ଚ ଗୋଟି ଗାଁ ରୁ ଛଅ ଟି ଟିମ ମଧ୍ୟରେ ଖେଳ ହୋଇଥିଲା ଏବଂ ଫାଇନାଲ ସୁକମାନିପୁର ଓ ଭଣ୍ଡାରପୁରୀ ମଧ୍ୟରେ ହୋଇଥିବା ବେଳେ ଭଣ୍ଡାରପୁରୀ ଚମ୍ପିୟାନ ହୋଇଥିଲା । ସରପଞ୍ଚ ଶ୍ରୀମତୀ ବାଗ ଭଣ୍ଡାରପୁରୀ ଦଳକୁ ବିଜେତା ଭାବେ ପୁରଷ୍କାର ପ୍ରଦାନ କରିଥିବା ବେଳେ, ସୁକମାନିପୁର ଦଳକୁ ଉପ-ବିଜେତା, ଆଲୋକ ସାହୁଙ୍କୁ ମେନ୍ ଅଫ୍ ଦ ମେଚ୍ ଓ ଭଗବାନ ଦୀପଙ୍କୁ ମେନ୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ୍ ଭାବେ ପୁରଷ୍କାର ପ୍ରଦାନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ର ଅମ୍ପାୟାର ର ଭାର ପ୍ରମୋଦ ସାହୁ ଏବଂ ସରୋଜ ଦାସ ତୁଲାଇଥିବା ବେଲେ ସ୍କୋର ବୋର୍ଡ କୁ ଦୁର୍ଜନ ସେଠା ଓ କମେଣ୍ଟର ଭାବେ ଓମ ପ୍ରକାଶ ସାହୁ ତୁଲାଇଥିଲେ । ଏହି ଖେଳ ରେ ମିଥୁନ ଦୀପ, ଯୋଗେନ୍ଦ୍ର ବାଗ, ବାଳମକୁନ୍ଦ କେଉଁଟ, ଗୋବିନ୍ଦ ସାହୁ, ଗଲୁ, ହରିହର ସାହୁ, ଡଙ୍କେଶ୍ୱର ପଟେଲ, ଫଟୁ ପଟେଲ ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ଅନେକ ଦର୍ଶକ ଉପସ୍ଥିତ ରହି କ୍ରୀଡାକୁ ଉପଭୋଗ କରିଥିଲେ ।

Comments