ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତରଫରୁ ସହିଦ ମାଧବ ସିଂ ଓ ରମେଶ ସାହୁଙ୍କ ୧୨ ତମ ସହିଦ ଦିବସ ପାଳନ ।


ପଦ୍ମପୁର-ଆଜି ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ସ୍ଥିତି ସହିଦ ସ୍ତମ୍ଭ ଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଶ୍ରୀ ଦୁର୍ଯ୍ୟୋଧନ ପୁଟାଙ୍କ ନେତୃତ୍ବରେ ପୁଲିସ ଗୁଳିରେ ପ୍ରାଣ ହରାଇ ଥିବା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଦୁଇ ଜଣ କର୍ମୀ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇଥିଲା l ସୂଚନା ଯୋଗ୍ୟ ଯେ ଗତ ଡିସେମ୍ବର ୨୭୵ ୧୨ ୵ ୨୦୧୦ ଦିନ ମାଧବ ସିଂ ଓ ରମେଶ ସାହୁ ପୁଲିସ ଗୁଳିରେ ପ୍ରାଣ ହରାଇ ଥିଲେ l ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୨୬ ତମ ବାର୍ଷିକ ସମାବେଶ ଝାରବନ୍ଧ ଠାରେ ମାଧବ ଓ ରମେଶ ଙ୍କୁ ସହିଦ ଘୋଷଣା କରା ଯାଇଥିଲା l ସେହି ଦିନ ଠାରୁ ପ୍ରତ୍ଯେକ ବର୍ଷ ସହିଦ ଦିବସ ପାଳନ କରା ଯାଉଅଛି l ଏ ବର୍ଷ ମଧ୍ୟ ସହିଦ ଦିବସ ପାଳନ କରା ଯାଇ ଥିଲା l ଏଥିରେ ପୂର୍ବତନ ଆବାହକ ଶ୍ରୀ ଭୀଷ୍ମଦେବ ପଟେଲ, ସୁରେଶ ଚନ୍ଦ୍ର ପ୍ରଧାନ,ଧିରେନ ମହାନ୍ତି, ରଘୁବୀର ସିଂ ବରିହା,ଟେମରୀ ସରପଞ୍ଚ ଦିଲ୍ଲୀପ ବେହେରା,ଧବଲେଶ୍ଵର ବରିହା,କୈଳାସ ଚନ୍ଦ୍ର ଦିଶ୍ରୀ ଆଦି ଯୋଗ ଦେଇ ଥିଲେ l ଶେଷରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ର ପୂର୍ବତନ ଆବାହକ ଶ୍ରୀ ରାହାସ ବିହାରୀ ସାହୁ ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସହିଦ ଦିବସ ପାଳନ ଅବସରରେ ଆସନ୍ତା ଜାନୁୟାରୀ ୧ ତାରିଖ ଦିନ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ୩୮ ତମ ବାର୍ଷିକ ସମାବେଶ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଗୌଡପାଲି ତାରିଣୀ ମନ୍ଦିର ପୀଠ ଠାରେ କରିବା ପାଇଁ ସ୍ଥିରୀକୃତ ହୋଇଅଛି ବୋଲି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟାଙ୍କ ସୂଚନା ପ୍ରକାଶ କରିଥିଲେ ।

Comments