ମୁକ୍ତା ଯୋଜନାର କାର୍ଯ୍ୟ ତଦାରଖ କଲେ ପଦ୍ମପୁର ବିଧାୟିକା ।


ପଦ୍ମପୁର- ପଦ୍ମପୁର ସହରର ଉନ୍ନତି କରଣ ବା ସୌନ୍ଦର୍ଯ୍ୟୀ କରଣ ପାଇଁ ପଦ୍ମପୁର ଏନଏସି ପକ୍ଷରୁ ମୁକ୍ତା ଯୋଜନା ମାଧ୍ୟମରେ ବିଭିନ୍ନ କାର୍ଯ୍ୟ ହାତକୁ ନେଇଛନ୍ତି । ସହରର ବିଭିନ୍ନ ସାହିରେ ଗଳି ରାସ୍ତା ଗୁଡିକୁ ପକ୍କା କରାଯାଉଛି ।ରାସ୍ତାକଡରେ ବ୍ୟବସାୟ କରି ପରିବାର ପୋଷଣ କରୁଥିବା ବ୍ୟବସାୟୀ ମାନଙ୍କ ପାଇଁ ସ୍ଥାୟୀ ଦୋକାନ କ୍ୟାବିନ ଆଦି ତିଆରି ଚାଲିଛି । ସେହି ସବୁ କାର୍ଯ୍ୟ ଗୁଡିକର ତଦାରଖ କରିଛନ୍ତି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା । ଏହା ସହ ଯଥାଶୀଘ୍ର କାମ ଗୁଡିକ ସମ୍ପୂର୍ଣ୍ଣ କରି ବାକୁ ଦାୟିତ୍ଵରେ ଥିବା ଅଧିକାରୀ ମାନଙ୍କୁ ତାଗିଦ କରିଛନ୍ତି ।

Comments