ଅଞ୍ଚଳ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ସେମିନାର ସମାରୋହ ଅନୁଷ୍ଠିତ।


ପଦ୍ମପୁର-ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀ ନବକୃଷ୍ଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସେମିନାର ସ୍ଥାନୀୟ କନଫରେନ୍ସ ହଲ ଠାରେ ଅନୁଷ୍ଟିତ ହୋଇଯାଇଛି।ଏହି ସେମିନାରରେ ବିଶିଷ୍ଟ ଉଦ୍ୟୋଗୀ ଶ୍ରୀ ଅଜିତ ବିଶ୍ୱାଳ,ଜାମଖେର,ପଦମପୁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ଅନୁଭୂତି ବ୍ୟାଖ୍ୟା କରି ନୂତନ ଯୁବପିଢ଼ି ଆତ୍ମନିର୍ଭର ହେବା ସକାଶେ ନିଜ ପ୍ରେରଣା ଦାୟୀ ଭାଷଣ ମାଧ୍ୟମରେ ଆହ୍ବାନ କରିଥିଲେ।ଅର୍ଥନୀତି ବିଭାଗର ବରିଷ୍ଟ ଅଧ୍ୟାପକ ଶ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ ବର୍ତ୍ତମାନ ସବୁ ପ୍ରକାର ଚାଲେଞ୍ଜକୁ ମୁକାବିଲା କରିବା ପାଇଁ ନିଜକୁ ପ୍ରସ୍ତୁତ କରିବା ଦରକାର ବୋଲି ମତ ରଖିଥିବାବେଳେ ଅଧ୍ୟାପକ ବ୍ରଜ ସୁନା ଓ ଅଧ୍ୟାପକ ଦେବାଶିଷ ରାଉତ ଟ୍ରେନିଂ ଓ ସୋସିଆଲ ମେଡିଆ ଦ୍ୱାରା ବ୍ୟବସାୟ ଦକ୍ଷତା ବଢାଯାଇ ପାରିବା ନେଇ ବକ୍ତବ୍ୟ ରଖିଥିଲେ।ଏହି ସେମିନାରରେ +୩ ଶେଷ ବର୍ଷ ଛାତ୍ରୀ ଯାଜ୍ଞସେନୀ ଦାସ ଓ ଛାତ୍ର ଆଦେଶ ଶର୍ମା "ଏଣ୍ଟରପ୍ରିନିଉରିଆଲ ସ୍କିଲସ" (Enterpreneurial Skills) ସନ୍ଧର୍ଭ ପିପିଟି ମାଧ୍ୟମରେ ଉପସ୍ଥାପନ କରିଥିଲେ। ଏହି ଅବସରରେ ଶ୍ରୀ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସନ୍ଧର୍ଭ ଉପସ୍ଥାପକ ଦ୍ୱୟଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ଉକ୍ତ ସଭାରେ ଶତାଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ।କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ସେମିନାର କାର୍ଯ୍ୟକର୍ତ୍ତ। ଆଦେଶ ସାହୁ,ନୀଳାମ୍ବର ସାହୁ,ଦମୟନ୍ତୀ ଲୁହାର ପ୍ରମୁଖ ସହଯୋଗ କରିଥିବାବେଳେ ପରିଶେଷରେସହ ସମ୍ପାଦକ କ୍ରୀଷ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।

Comments