ବରାହ ପାଇଁ ଲଗା ଯାଇଥିବା ବିଜୁଳି ତାର ଲାଗି ଯୁବକ ମୃତ ।


ପଦ୍ମପୁର- ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା କଣ୍ଟାପଡ଼ା ଗ୍ରାମ ର ରିଙ୍କୁ ବରିହା (ବୟସ 30) ଗତ 20.12.2022 ତାରିଖ ପାଇକମାଲ ଥାନା ଅନ୍ତର୍ଗତ ଭୁବନେଶ୍ବରପୁର ସ୍ଥିତ ନିଜ ଶ୍ୱଶୁର ଙ୍କ ଘର କୁ ଯାଇଥିବା ବେଳେ କିଛି କାରଣ ରୁ ତାଙ୍କ ସ୍ତ୍ରୀ ଙ୍କ ସହ ଝଗଡା ଯୋଗୁଁ ରାଗି ଘର ଛାଡି ଜଙ୍ଗଳ ଆଡ଼କୁ ଯାଉଥିବା ବେଳେ ଜଙ୍ଗଲି ବରାହ ଶିକାର ପାଇଁ କିଛି ଶିକାରୀ ଖୋଲା ବିଦ୍ୟୁତ୍ ତାର ବାଟ ରେ ବିଛେଇ ଥିବା ବେଳେ ତା ସଂସ୍ପର୍ଶରେ ଆସି ରିଙ୍କୁ ବରିହା ଙ୍କ ର ମୃତ୍ୟୁ ହୋଇଥିଲା l ଏନେଇ ପାଇକମାଲ ପୋଲିସ ଗତ 21.12.2022 ଦିନ ପାଇକମାଲ ଥାନା କେଶ ନମ୍ବର 298 ଅନୁଯାୟୀ ଏକ କେଶ ରୁଜୁ କରି ତଦନ୍ତ କରିବା ସହ ଶିକାର ପାଇଁ ଜାଲ ବିଛାଇ ଥିବା ତିନି ଜଣ ଅପରାଧି ସେହି ଗ୍ରାମ ର କୃଷ୍ନ ମଗର, ଜୟରାମ ବରିହା ଏବଂ ଘନଶ୍ୟାମ ରଣା ଙ୍କୁ ଗିରଫ କରି IPC ଧାରା 304/185, 135 ଅନୁଯାୟୀ ମାମଲା କରି କୋର୍ଟ ଚାଲାଣ କରିଥିବା ପଦ୍ମପୁର ଉପଖଣ୍ଡ ପୋଲିସ୍ ଅଧିକାରୀ ବିଭୂତି ଭୂଷଣ ଭୋଇ ପ୍ରେସ ମିଟ୍ ରେ ସୂଚନା ଦେଇଛନ୍ତି l

Comments