କଳାକାର ଭତ୍ତା ପାଇଁ କଳା ପରୀକ୍ଷା ।


ପଦ୍ମପୁର- ସହରର ରାଜାଜୀ ଟାଉନ ହଳରେ ପଦ୍ମପୁର ବ୍ଳକ ପ୍ରଶାସନ ତରଫରୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ନିମନ୍ତେ କଳାକାର ଚୟନ _ ୨୦୨୨ ଉତ୍ସବ ଉଦଘାଟିତ ହୋଇଯାଇଅଛି ।ପଦ୍ମପୁର ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ଵନାଥ ସାହୁ , ବ୍ଳକ ସମାଜିକ ସୁରକ୍ଷା ଅଧିକାରୀ ରଜନୀ କାନ୍ତ ବହିଦାର ,ମୁଖ୍ୟ କିରାଣୀ ସନ୍ତୋଷ ବେହେରା ବି ,କେ , ଏସ , ଏସ , ଉପସଭାପତି ଅଶ୍ୱିନୀ କୁମାର ପଟେଲ ସମର୍ଦ୍ଧିତ ଅତିଥି ଅଶୋକ କୁମାର ବହିଦାର ସୁରେନ୍ଦ୍ର କୁମାର ସାହୁ ମା ସମଲେଇ ଠାରେ ପୂଜାର୍ଚ୍ଚନା କରିଥିଲେ ।ପଦ୍ମପୁର ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ଵନାଥ ସାହୁ ନଡ଼ିଆ ବାଡେ଼ଇ ଉତ୍ସବକୁ ଉଦଘାଟନ କରିଥିଲେ । 
ଏହି ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ନାଟ୍ୟକାର ଅଶୋକ କୁମାର ବହିଦାର ଓ ଯୁବ ପୁରସ୍କାର ପ୍ରାପ୍ତ ଲୋକ ବାଦ୍ୟକାର ଅଶ୍ୱିନୀ ପଟେଲ , ଯୁବ ପୁରସ୍କାର ପ୍ରାପ୍ତ ଲୋକ ନୃତ୍ୟ ଶିଳ୍ପୀ ଜୟନ୍ତୀ ଦୀପକୁ ସ୍ଵତନ୍ତ୍ର ଭାବେ ପୁଷ୍ପ ଗୁଚ୍ଛ ଓ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା । ପରେ ସୁଦାମ ମହାନନ୍ଦ ଙ୍କ ସଂଯୋଜନାରେ ୧୩ ଟି ଗ୍ରାମପଞ୍ଚାୟତ ଯଥା - ବରିହାପାଲି , ବରିକେଲ , ଭେଉଁରିଆ , ବୁଡ଼ାମାଲ , ବୁଡ଼େନ , ଚାରପାଲି , ଦହିଗାଁ , ଦହିତା , ଡ଼ଙ୍ଗାଘାଟ , ଜ୍ଞାନ , ଜମଲା , ଯମରତଲା , କଂସର ରୁ ଆସିଥିବା ୧୭୦ ଜଣ ଲୋକ କଲକାର ମାନଙ୍କୁ ବିଚାରକ ଭାବେ ଅଶୋକ ବହିଦାର ଓ ସୁରେନ୍ଦ୍ର ସାହୁ ଚୟନ କରିଥିଲେ । ଆସନ୍ତା କାଲି ବାକି ଥିବା ୯ ଟି ପଞ୍ଚାୟତର କଳାକାର ଓ ପଦ୍ମପୁର ବିଜ୍ଞାପିତ ପରିଷଦର କଳାକାର ମାନଙ୍କର ଚୟନ କରାଯିବ । ବୋଲି ଜଣାପଡିଛି । ଆଜି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଗୋପବନ୍ଧୁ ଶିକା ଓ ରମେଶ ଗୁର୍ଲା ସହଯୋଗ କରିଥିଲେ ।

Comments